Categories: ଫୁରସତ

ଏଠି ବୁକ୍‌ ଷ୍ଟୋରରେ ବହି ସହ ମିଳନ୍ତି ବିଲେଇ

ସମସ୍ତେ ପ୍ରାୟ ବୁକ୍‌ ଷ୍ଟୋରକୁ ବହି କିଣିବା ପାଇଁ ଯାଇଥାଆନ୍ତି। ହେଲେ କାନାଡାରେ ଏମିତି ଏକ ବୁକ୍‌ ଷ୍ଟୋର ରହିଛି ଯେଉଁଠି ଗ୍ରାହକ ବହି ସହ ଚାହିଁଲେ ବିଲେଇ ମଧ୍ୟ ଘରକୁ ଆଣିପାରିବେ। ଓଟିସ୍‌ ଆଣ୍ଡ କ୍ଲିମେଣ୍ଟାଇନ୍ସ ବୁକ୍ସ ଆଣ୍ଡ କଫି(Otis & Clementine’s Books And Coffee)କୁ ଯାଉଥିବା ଗ୍ରାହକମାନେ ସେଠାରେ ବହି ପଢିବା ସହ ପୋଷା ବିଲେଇ ସହ ସମୟ କାଟିବାର ଅନୁଭୂତି ପାଇପାରନ୍ତି। କେବଳ ସେତିକି ନୁହେଁ ଯେଉଁମାନେ ଚାହିଁବେ ସେମାନେ ବହି ସହ ଏହି ବିଲେଇମାନଙ୍କୁ ଘରକୁ ବି ଆଣିବାର ଅନୁମତି ରହିଛି। ହେଲେ କେତୋଟି ସର୍ତ୍ତରେ। ବୁକ୍‌ ଷ୍ଟୋରର ମାଲିକ ଏଲେନ ହେଲମକେ(Ellen Helmke) କୁହନ୍ତି ଏହି ବିଲେଇଙ୍କୁ ରାସ୍ତା କଡରୁ ଉଠାଯାଇ ନାହିଁ। ଏହା ସାଇଥ୍‌ ପ କଞ୍ଜରଭେଶନ ନୋଭା ସ୍କୋଟିଆ ରେସ୍କ୍ୟୁ ଗ୍ରୁପ(South Paw Conservation Nova Scotia Rescue Group) ଦ୍ୱାରା ଉକ୍ତ ବୁକ୍‌ ଷ୍ଟୋରରେ ଦିଆଯାଇଛି। ଏହି ବିଲେଇମାନଙ୍କୁ ଭଲରେ ପାଳିବା ପାଇଁ ନୋଭା ସ୍କୋଟିଆ ରେସ୍କ୍ୟୁ ଗ୍ରୁପ ଚେଷ୍ଟା କରୁଥିବା କୁହନ୍ତି ବୁକ୍‌ ଷ୍ଟୋର ମାଲିକ। ଯଦି କେହି ଏହି ବିଲେଇଙ୍କୁ ଘରକୁ ନେବାକୁ ଚାହାନ୍ତି ତେବେ ତାଙ୍କୁ ଆଡପଶନ ବା ପୋଷ୍ୟ ଭାବେ ଗ୍ରହଣ କରିବାର ସମସ୍ତ ପ୍ରକ୍ରିୟା ପୂରଣ କରିବାକୁ ପଡିବ। ଏହା ନୋଭା ସ୍କୋଟିଆ ରେସ୍କ୍ୟୁ ଗ୍ରୁପ ଦ୍ୱାରା କରାଯାଇଥାଏ। ଏଥିପାଇଁ ପ୍ରାୟ ୫୫ କାନାଡିଆ ଡଲାର ବା ୧୯୪ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥାଏ ବୋଲି କୁହାଯାଏ। ଏହାସହ ବିଲେଇଙ୍କୁ ଘରକୁ ନେବା ପୂର୍ବରୁ ରେଫରେନ୍ସ ଦେବାକୁ ପଡିଥାଏ। ବୁକ୍‌ ଷ୍ଟୋର ମାଲିକ କୁହନ୍ତି ଏବେ ତାଙ୍କ ପାଖରେ ପ୍ରାୟ ୩୦ ବିଲେଇ ଅଛନ୍ତି। ଏମାନଙ୍କୁ ଦେଖିବାକୁ କେହି କେହି ଆସୁଥିବା ବେଳେ ଆଉ କେହି ବୁକ୍‌ ଷ୍ଟୋର ମଧ୍ୟରେ ବିଲେଇ ଦେଖି ଚମକି ପଡନ୍ତି।

Share