Categories: ଫୁରସତ

ଏଠି ଭଗବାନଙ୍କୁ ଅର୍ପଣ କରାଯାଏ ଜୀବନ୍ତ କଙ୍କଡା

ଭଗବାନଙ୍କ ନିକଟରେ କିଏ କେତେ କ’ଣ କାମନାକରି ବିଭିନ୍ନ ପ୍ରକାର ଫୁଲ ଫଳ ଅବା ଭୋଗ ଅର୍ପଣ କରିଥାଆନ୍ତି। ହେଲେ ସୁରଟର ଏକ ମନ୍ଦିରରେ ଭଗବାନଙ୍କୁ ଜିଅନ୍ତା କଙ୍କଡ଼ା ଅର୍ପଣ କରାଯାଇଥାଏ ବୋଲି କୁହାଯାଏ। ସୁରଟର ରୁନ୍ଧନାଥ ଶିବମନ୍ଦିରରେ ଜିଅନ୍ତା କଙ୍କଡ଼ା ଅର୍ପଣ କରାଯିବାର ନିୟମ ରହିଥିବା ଜଣାପଡିଛି। ଯେଉଁମାନେ ରୋଗଗ୍ରସ୍ତ ହୋଇଥାଆନ୍ତି ସେମାନେ ଏହି ମନ୍ଦିର ଦର୍ଶନ କରିବାକୁ ଆସିଥାଆନ୍ତି ବୋଲି କୁହନ୍ତି ସେଠାକାର ପୂଜକ। ଏହାସହ ଯେଉଁମାନେ ବିଶେଷ ଭାବେ କାନ ରୋଗରେ ପୀଡିତ ସେମାନେ ଏଠାକୁ ଦର୍ଶନ କରିବାକୁ ଆସି ଶିବଙ୍କ ନିକଟରେ ଜୀବନ୍ତ କଙ୍କଡ଼ା ଚଢାଇବାର ବିଧି ରହିଛି। ଯେଉଁମାନଙ୍କ ମନସ୍କାମନା ପୂରଣ ହୁଏ ସେମାନେ ଏଠାରେ ଏହି କଙ୍କଡ଼ା ଅର୍ପଣ କରିଥାଆନ୍ତି ବୋଲି କୁହାଯାଏ। ଆହୁରି ମଧ୍ୟ ବିଶ୍ୱାସ କରାଯାଏ ଏହା ଦେଶର ବୋଧହୁଏ ଏକମାତ୍ର ମନ୍ଦିର ଯେଉଁଠି ଜୀବନ୍ତ କଙ୍କଡ଼ା ଠାକୁରଙ୍କ ପାଖରେ ଅର୍ପଣ କରାଯାଇଥାଏ। ଏହା ବହୁବର୍ଷର ପରମ୍ପରା ବୋଲି କୁହାଯାଏ। ପୂର୍ବରୁ ମନ୍ଦିର ନିକଟରେ ଯେତେବେଳେ ସମୁଦ୍ର ଥିଲା ସେତେବେଳଠାରୁ ଏଠାରେ କଙ୍କଡ଼ା ଅର୍ପଣ କରିବାର ପରମ୍ପରା ରହିଥିବା କୁହନ୍ତି ସ୍ଥାନୀୟ ବାସିନ୍ଦା। ଏହା ନିକଟରେ ଥିବା ଏକ ଶ୍ମଶାନରେ ଲୋକେ ଆତ୍ମାର ଶାନ୍ତି ପାଇଁ ବିଭିନ୍ନ ପ୍ରକାର ଜିନିଷ ଯାହା ମୃତକଙ୍କ ପସନ୍ଦ ତାହା ଅର୍ପଣ କରନ୍ତି ବୋଲି କୁହାଯାଏ।

Share