Advertisement

ଏଠି ସମସ୍ତଙ୍କର ଗୋଟିଏ କିଡ୍‌ନୀ

ଗୋଟିଏ କିଡ୍‌ନୀରେ ଗାଁର ସବୁ ଲୋକ ବଞ୍ଚୁଛନ୍ତି। ଏହି ଗାଁଟି ପଡୋଶୀ ଦେଶ ନେପାଳରେ ରହିଛି। ଗାଁର ନାଁ ହୋକ୍‌ସେ। ଏଠି ଅଧିକାଂଶ ଲୋକେ ଗୋଟିଏ କିଡ୍‌ନୀରେ ଜୀବନ ବିତାଉଛନ୍ତି। କୌଣସି ରୋଗ ପାଇଁ ନୁହେଁ ବରଂ ଅଭାବରୁ ଏମାନେ କିଡ୍‌ନୀ ବିକ୍ରି କରୁଛନ୍ତି। ନେପାଳରେ ଆସୁଥିବା ଭୂକମ୍ପ ଯୋଗୁଁ ଏମାନେ ଜୀବିକା ହରାଇବା ସହ ବାସଶୂନ୍ୟ ହୋଇଯାଆନ୍ତି। ତା’ପରେ ଅଣ୍ଟା ସଳଖି ଠିଆ ହେବା ଏମାନଙ୍କ ପାଇଁ କାଠିକର ପାଠ ହୋଇଥାଏ। ତେଣୁ ଏମାନେ କିଡ୍‌ନୀ ବିକ୍ରି କରି ଯାହାପାଆନ୍ତି ସେଥିରେ ପୁଣି ଥରେ ଘର ତିଆରି କରନ୍ତି ଓ ନିଜର ଗୁଜୁରାଣ ମେଣ୍ଟାନ୍ତି। ଏଠାରେ ଦିନକୁ ଦିନ କିଡ୍‌ନୀ ବିକ୍ରି ଘଟଣା ବଢିଯିବା ଫଳରେ ପଡୋଶୀ ଦେଶରୁ ଦଲାଲମାନେ ଯାଇ ସେମାନଙ୍କୁ ବହଲାଇ କିଡ୍‌ନୀ ସଂଗ୍ରହ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share