Categories: ଜାତୀୟ

ଏଠି ହିନ୍ଦୁ ମୁସ୍‌ଲିମ ମିଶି ତିଆରି କରିବେ ଗୋ-ଚିକିତ୍ସାଳୟ

ଖଣ୍ଡଓ୍ବା,୨୦।୯: ହିନ୍ଦୁ-ମୁସଲମାନଙ୍କୁ ନେଇ ରାଜନୀତି ଚାଲିଥିବା ବେଳେ ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ଦେଖିବାକୁ ମିଳିବ ଏହାର ଏକ ଭିନ୍ନ ଉଦାହରଣ। ଏଠାରେ ଏମାନେ ଏକାଠି ମିଶି ଏକ ଗୋ-ଚିକିତ୍ସାଳୟ ପ୍ରତିଷ୍ଠା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏମାନେ ଏହି ଚିକିତ୍ସାଳକୁ ଆଧୁନିକ ଢଙ୍ଗରେ ତିଆରି କରିବେ ବୋଲି ପରସ୍ପର ମଧ୍ୟରେ ଆଲୋଚନା କରିଛନ୍ତି। ରାଜଧାନୀ ଭୋପାଳଠାରୁ ପ୍ରାୟ ୨୬୦ କିଲୋମିଟର ଦୂର ଖଣ୍ଡଓ୍ବା ଜିଲାର ଏହି କାମ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏଠାରେ ଥିବା ଆଧ୍ୟାତ୍ମା ଗୋସେବା ମିଶନ ଟ୍ରଷ୍ଟର ମୁଖ୍ୟାଳୟରୁ ପାଖାପାଖି ୨୦ କିଲୋମିଟର ଦୂର ସିରସୋଦ ଗାଁରେ ଗାଈଗୋରୁଙ୍କ ପାଇଁ ଏହି ଚିକିତ୍ସାଳୟ ଖୋଲାଯିବ। ପ୍ରାୟ ୧୪ ଏକର ଜମିରେ ଏହା ନିର୍ମାଣ କରାଯିବା ବ୍ୟବସ୍ତା କରାଯାଇଛି। ଗୋଟିଏ ବର୍ଷ ଭିତରେ ଏହାର ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Share