Categories: ଫୁରସତ

ଏଠି ହୋଇଥାଏ ଅସ୍ଥାୟୀ ବିବାହ

ବିବାହ ସର୍ବଦା ସ୍ଥାୟୀ ବୋଲି କୁହାଯାଏ। ହେଲେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଅସ୍ଥାୟୀ ବିବାହ କରାଯାଏ। ବେଳେବେଳେ ମାତ୍ର କିଛି ଘଣ୍ଟା ପାଇଁ ମଧ୍ୟ ବିବାହର ଆୟୋଜନ କରାଯାଇଥାଏ। ଇରାନରେ ଏଭଳି ବିବାହ ଦେଖିବାକୁ ମିଳେ। ତେବେ କେବଳ ବିବାହ ନୁହେଁ ଏଠାକାର ଆହୁରି ମଧ୍ୟ କିଛି ପ୍ରଥା ବା ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏଠାରେ ଲିଙ୍ଗ ପରିବର୍ତ୍ତନ କରିବାକୁ ଅନୁମତି ମିଳିଥାଏ। ନିୟମ ଅନୁଯାୟୀ, ଏଠାରେ ମହିଳାମାନେ କୌଣସି ସ୍ପୋର୍ଟସ୍‌ ଇଭେଣ୍ଟରେ ଯୋଗ ଦେଇ ପାରିବେ ନାହିଁ। ସେଥିପାଇଁ ବେଳେ ବେଳେ ମହିଳାମାନେ ପୁରୁଷ ବେଶରେ ଷ୍ଟାଡିୟମ ଚାଲି ଯାଆନ୍ତି। ଜନସଂଖ୍ୟାକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିବା ଇରାନ ଗର୍ଭନିରୋଧକ ଉପରେ ଗୁରୁତ୍ୱ ଦେଇଥାଏ। ସେଥିପାଇଁ ଏଠାରେ କେତେଗୁଡିଏ ଗର୍ଭନିରୋଧକ ଫ୍ୟାକ୍ଟ୍ରି ରହିଛି। ଇରାନ୍‌ ଅନେକ ବିଦେଶୀ ରିଫ୍ୟୁଜିଙ୍କୁ ନିଜ ଦେଶରେ ସ୍ଥାନ ଦେଇ ବଦାନ୍ୟତାର ପରିଚୟ ଦେଇଛି। ଏଠାରେ ଟାଇ ପିନ୍ଧିବା ମନା।

Share