ଏଡ୍‌ସ ଚିକିତ୍ସା ଖୋଜିବାର ପରିଣାମ କରୋନା ଭାଇରସ !

ପ୍ୟାରିସ,୧୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଏହାର ଚିକିତ୍ସା ପାଇଁ ଏବେ ସବୁ ବିକାଶଶୀଳ ଦେଶରେ ଚାଲିଛି ଗବେଷଣା। ଏଚ୍‌ଆଇଭି ବା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ ଉପରେ ଗବେଷଣା କରୁଥିବା ଫ୍ରାନ୍ସର ନୋବେଲେ ପୁରସ୍କାର ପ୍ରାପ୍ତ ପ୍ରଫେସର ଲୁକ ମୋଣ୍ଟାଗ୍ନିୟର କହିଛନ୍ତି, କରୋନା ଭାଇରସ ହେଉଛି ଏଡ୍‌ସର ଚିକିତ୍ସା କରିବା ପାଇଁ ବିକଶିତ କରାଯାଉଥିବା ଭ୍ୟାକସିନର ପରିଣାମ। ଫ୍ରାନ୍ସର ଏକ ସମାଚାର ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରରେ ଲୁକ କହିଛନ୍ତି, ନୂଆ ଭାଇରସର ଜିନୋମରେ ଥିବା ଏଚ୍‌ଆଇଭି ଏମିତିକି ମ୍ୟାଲେରିଆ କିଟାଣୁଙ୍କ ଉପସ୍ଥିତି କରୋନା ଭାଇରସକୁ ସୂଚିତ କରୁଛି। ତେବେ କରୋନା ଭାଇରସ ପ୍ରାକୃତିକ ଉପାୟରେ ଉତ୍ପନ ହୋଇ ନ ପାରେ ବୋଲି ସେ ମତ ରଖିଛନ୍ତି। ଶୁଣିବାକୁ ମିଳୁଛି କି କରୋନା ଭାଇରସ ‘ଗବେଷଣାଗାରର ଦୁର୍ଘଟଣା’। ଯାହା ଚାଇନାର ଉହାନରେ ଥିବା ନ୍ୟାଶନାଲ ବାୟୋସେପ୍ଟି ଲ୍ୟାବରେ କରାଯାଇଥିଲା। ତେବେ କରୋନା ଭାଇରସକୁ ନେଇ ଉହାନ ଲ୍ୟାବରେ ୨୦୦୦ ମସିହାରେ ଗବେଷଣା କରାଯାଇଥିଲା ଆଉ ପ୍ରଫେସର ଲୁକ ମଧ୍ୟ ଏଥିରେ ଗବେଷକଭାବେ କାମ କରିଛନ୍ତି। ସେତେବେଳେ ସେ ଏହି ଭାଇରସକୁ ମାରିବାକୁ ଓ୍ବେବ ଥେରାପିର ପରାମର୍ଶ ଦେଇଥିଲେ। ହେଲେ ଏହାକୁ କେହି ଗ୍ରହଣ କରି ନ ଥିଲେ ବରଂ ତାଙ୍କୁ ଅଟ୍ଟହାସ୍ୟ କରିଥିଲେ ବୋଲି ସେ କହିଛନ୍ତି। ଏହାକୁ ନେଇ ପ୍ୟାରିସର ଜଣେ ବାୟୋଲେଜିଷ୍ଟ ଇଟିୟନ ସାଇମନ କହିଛନ୍ତି ପ୍ରଫେସର ଲୁକଙ୍କ କଥାରେ କୌଣସି ସତ୍ୟତା ନାହିଁ। ଏମିତିକି ଜେନେଟିକ ସିକ୍ୱୁଏନ୍ସ ଅନ୍ୟ କରୋନା ଭାଇରସରେ ମଧ୍ୟ ମିଳିଥାଏ। ଇଟିୟନ କହିଛନ୍ତି ଯଦି ଆମେ ଗୋଟିଏ ବହିରୁ ଗୋଟିଏ ଶବ୍ଦ ନେଉଛେ ଓ ଏହି ଶବ୍ଦଟି ଅନ ଏକ ବହିରେ ରହିଛି। ତାହାର ଅର୍ଥ ନୁହେଁ ଯେ ସମ୍ପୂର୍ଣ୍ଣ ବହିଟିକୁ କପି କରାଯାଇଛି। ତେବେ ଲୁକଙ୍କ ଓ୍ବେବ ଥେରାପିକୁ ନେଇ ଇଟିୟନ କହିଛନ୍ତି କରୋନା ଭାଇରସକୁ ପ୍ରକୃତି ଆପଣାଛାଏଁ ନଷ୍ଟ କରି ପାରିବ ନାହିଁ।

Share