ଏଡ୍‌ସ ତୁଳନାରେ ଅଧିକ ମାରାତ୍ମକ ସାଜିଛି ସିଫିଲିସ୍‌: ୧୦ ବର୍ଷରେ ବଢ଼ିଛି ୭୦ ପ୍ରତିଶତ

ଓ୍ବାଶିଂଟନ,୨୧।୧୦: ପୃଥିବୀରେ ଏଡ୍‌ସ ତୁଳନାରେ ଅଧିକ ମାରାତ୍ମକ ରୋଗ ଭାବେ ଏବେ ସିଫିଲିସ୍‌ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୦ ବର୍ଷ ମଧ୍ୟରେ ଏହି ରୋଗୀଙ୍କ ସଂଖ୍ୟାରେ ୭୦ ପ୍ରତିଶତ ବୃଦ୍ଧି ପାଇଥିବା ଗଣମାଧ୍ୟମ ସଂସ୍ଥା ରୟଟର୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଅସୁରକ୍ଷିତ ଯୌନ ସମ୍ପର୍କ ଏବଂ ସମଲିଙ୍ଗୀ ସମ୍ପର୍କ ଯୋଗୁ ଏହା ସୃଷ୍ଟି ହେଉଛି। ଏହାଦ୍ୱାରା ଅଧିକ ନବଜାତକଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ କୁହାଯାଇଛି। ୨୦୦୦ଠାରୁ ସିଫିଲିସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୦ରୁ ୨୦୧୭ ମଧ୍ୟରେ ଏହା ୭୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୬ରେ ଏହି ରୋଗରେ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ଏହି ରୋଗରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ସଂକ୍ରମିତ ହେଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୨୦୦୭ରୁ ୨୦୧୭ ମଧ୍ୟରେ ପୃଥିବୀର ୩୦ ଦେଶରେ ୨ ଲକ୍ଷ ୬୦ ହଜାର ଲୋକ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି। ୨୦୧୭ରେ ସର୍ବାଧିକ ୩୩ ହଜାର ଲୋକ ଏହି ରୋଗରେ ସଂକ୍ରମିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୟୁରୋପିଆନ୍‌ ରୋଗ ପ୍ରତିଷେଧକ ଏବଂ ନିୟନ୍ତ୍ରଣ କେନ୍ଦ୍ର(ଇସିଡିସି) ଅନୁସାରେ ବ୍ରିଟେନ୍‌, ଜର୍ମାନୀ, ଅୟାରଲାଣ୍ଡ୍‌ ଏବଂ ମାଲ୍ଟା ଆଦି ୫ଟି ଦେଶରେ ଅଧିକ ସଂଖ୍ୟକ ଲୋକ ଏହି ରୋଗରେ ସଂକ୍ରମିତ ହେଉଛନ୍ତି।

Share