ଏଣିକି ଅନ୍‌ଲାଇନ୍‌ରେ ହେବ ଓଟିଇଟି: ୧୫ରୁ ଫର୍ମ ପୂରଣ

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ଏଣିକି ଅନ୍‌ଲାଇନ୍‌ରେ ହେବ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)। ପଶ୍ନପତ୍ର ଲିକ୍‌ ଯୋଗୁ ଓଟିଇଟି ବାତିଲ ହେବା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଗତ ଜାନୁଆରି ୧୬ରେ ପ୍ରଶ୍ନପତ୍ର ଲିକ୍‌ ଯୋଗୁ ପରୀକ୍ଷା ବାତିଲ ହୋଇଥିଲା। ତେବେ ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ଏକ ଏଜେନ୍ସିକୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।
ପରୀକ୍ଷା ନିମନ୍ତେ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ଅନ୍‌ଲାଇନ୍‌ ଫର୍ମ ପୂରଣ। ଉକ୍ତଦିନ ପୂର୍ବାହ୍ନ ୧୦ଟାରୁ ଆସନ୍ତା ୨୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଓ୍ବେବସାଇଟ୍‌ରେ ଫର୍ମପୂରଣ ଲିଙ୍କ୍‌ ଉପଲବ୍ଧ ରହିବ। ଫର୍ମପୂରଣ ନିମନ୍ତେ ଦେୟ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ। ଜୁଲାଇ ୨୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଦେୟ ପ୍ରଦାନ କରିବାର ସମୟ ସୀମା ଧାର୍ଯ୍ୟ କରାଯାଇଛି।

Share