ଏଣିକି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ୩୦ ସେକେଣ୍ଡରେ ମିଳିବ ୫୦ହଜାର ଋଣ: ଧର୍ମେନ୍ଦ୍ର

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଏଣିକି ଏସ୍‌ଏଚ୍‌ଜି ଗ୍ରୁପ୍‌ମାନଙ୍କୁ ୩୦ ସେକେଣ୍ଡରେ ୫୦ହଜାର ଟଙ୍କାର ଋଣ ମିଳିବ। କେବଳ ସେତିକି ନୁହେଁ ୫୯ ମିନିଟ୍‌ରେ ୧ କୋଟି ପର୍ଯ୍ୟନ୍ତ ଋଣ ମିଳିପାରିବ। ଶୁକ୍ରବାର ରାଷ୍ଟ୍ରାୟାତ ବ୍ୟାଙ୍କର ସମ୍ପର୍କକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଓଡ଼ିଶାରେ ୨ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଉଛି। ରାଜ୍ୟରେ ୩ କୋଟିରୁ ଊର୍ଦ୍ଧ୍ୱ ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଅଧିକ ବ୍ୟାଙ୍କ ଖୋଲିବା ପାଇଁ ସେ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ସେହିପରି ଅଧିକରୁ ଅଧିକ ଗୃହଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଉଥିବା ସେ କହିଛନ୍ତି।

Share