ଏଣିକି ଓ୍ବେବ୍‌ ପୋର୍ଟାଲରେ କରାଯିବ ଅଭିଯୋଗ: ଖୋର୍ଦ୍ଧା ଜିଲାର ୨୦୯ଟି ସଂସ୍ଥା, ବିଭାଗ ସହ ହୋଇଛି ସଂଯୋଗ

ଖୋର୍ଦ୍ଧା ଅଫିସ,୧।୬: ଏଣିକି ଅଭିଯୋଗ ଲାଗି ଆଉ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ। କାରଣ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଏକ ୱେବ ପୋର୍ଟାଲ ଉଦ୍‌ଘାଟନ କରାଯାଇଛି। ଏଣିକି ଅଭିଯୋଗକାରୀ ଏହି ପୋର୍ଟାଲରେ ନିଜ ଅଭିଯୋଗ କରିପାରିବେ। ଏହି ସୂଚନା ଦେଇଛନ୍ତି ଜିଲାପାଳ ଶିତାଂଶୁ ରାଉତ।
ୱେବ ପୋର୍ଟାଲକୁ ଉଦ୍‌ଘାଟନ କରି ଜିଲାପାଳ ରାଉତ କହିଛନ୍ତି ଯେ, ଲକ୍‌ଡାଉନ ଯୋଗୁ ଅଭିଯୋଗ ଶୁଣାଣୀ ବନ୍ଦ ରହିଛି । ସେମାନଙ୍କ ଅଭିଯୋଗକୁ ସମ୍ପୃକ୍ତ ବିଭାଗ ସହ ଯୋଗାଯୋଗ କରାଯାଇ ସମାଧାନ କରାଯିବ । ଜିଲାର ୨୦୯ଟି ସଂସ୍ଥା ଓ ବିଭାଗ ସହ ଏହି ପୋଟାଲକୁ ସଂଯୋଗ କରାଯାଇଛି । ଅଭିଯୋଗକାରୀ ପୋର୍ଟାଲରେ ଅଭିଯୋଗ କରିବା ପରେ ତାଙ୍କ ମୋବାଇଲକୁ ଏକ ମେସେଜ୍‌ ଯିବ। ଅଭିଯୋଗକାରୀ ନିଜ ଅଭିଯୋଗ ଷ୍ଟାଟସ ସମ୍ପର୍କରେ ଜାଣି ପାରିବେ ବୋଲି ଜିଲାପାଳ ରାଉତ କହିଛନ୍ତି ।

Share