Categories: ଜାତୀୟ

ଏଣିକି କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳିପାରେ ଏସ୍‌ପିଜି ସୁରକ୍ଷା

ନୂଆଦିଲ୍ଲୀ,୨୨।୧୧: ଏବେ ଆଉ ପୂର୍ବତନ ପ୍ରଧାନମନ୍ତ୍ରୀ ଅବା ତାଙ୍କ ପରିବାର ସଦସ୍ୟଙ୍କୁ ଏସ୍‌ପିଜି ସୁବିଧା ମିଳିବ ନାହିଁ। ଆଗକୁ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏହି ସୁରକ୍ଷା ମିଳିବ ବୋଲି ଜଣାପଡିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ଏସ୍‌ପିଜି ଅଧିନିୟମ (SPG Amendment Bill)ରେ ଯେଉଁ ସଂଶୋଧନକୁ ମଞ୍ଜୁରୀ ଦେଇଛି ସେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅବା ତାଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ମିଳିବ ନାହିଁ ବୋଲି ଦେଖାଯାଇଛି। ଶୁକ୍ରବାର ମିଳିଥିବା ସୂଚନା ଅନୁଯାୟୀ, ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଲାଗୁ ହେବ ବୋଲି କୁହାଯାଉଛି। ପ୍ରକାଶଯୋଗ୍ୟ, କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରିବାର ସଦସ୍ୟ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କଠାରୁ ଏହି ଏସ୍‌ପିଜି ସୁରକ୍ଷା ହଟାଇ ନେଇଥିଲେ। ହେଲେ ଏହା ପୂର୍ବରୁ ଦୀର୍ଘ ପ୍ରାୟ ୨୮ ବର୍ଷ ହେବ ଗାନ୍ଧୀ ପରିବାରକୁ ଏହି ସୁରକ୍ଷା ମିଳୁଥିଲା।

Share