ଏଣିକି ବାଇକ୍‌ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ: ମନ୍ତ୍ରୀ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଟ୍ରାଫିକ୍‌ ନିୟମ କଡ଼ାକଡ଼ି ପାଇଁ ପୁଣି ଥରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଚେତାବନୀ ଦେଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରୁ ଫେରିବା ପରେ ମନ୍ତ୍ରୀ କହିଛନ୍ତି, ଏଣିକି ବାଇକ୍‌ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ହେବ। ୩ ମାସ ସମୟ ପୂରଣ ହେବା ପରେ ଯାଞ୍ଚ କଡ଼ାକଡ଼ି କରାଯିବ। ଏଥିରେ ଖିଲାପ କଲେ ଜରିମାନା ଆଦାୟ କରାଯିବ।

ଏହାଛଡ଼ା ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଜରିମାନା କୋହଳ ପାଇଁ ଆଲୋଚନା ହୋଇଛି। ଆଇନ ପରିବର୍ତ୍ତନ ହୋଇନାହିଁ। ଜରିମାନା କୋହଳ ନେଇ ସମ୍ମତି ମିଳିଲେ ଏହା କମିବ। ମାତ୍ର ଏଯାଏ ନିଷ୍ପତ୍ତି ହୋଇନାହିଁ। ଦୁର୍ଘଟଣା ହ୍ରାସ ପାଇଁ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ମୋବାଇଲ ଭ୍ୟାନ୍‌ ରହିବ। ପ୍ରତି ୩୦ କିମି ରାସ୍ତାରେ ସ୍ବତନ୍ତ୍ର ସ୍କ୍ବାର୍ଡ ରହିବେ। ଏ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛୁ। ଆର୍ଥିକ ସହାୟତା ମିଳିଲେ ସ୍କ୍ବାଡ୍‌ ରଖାଯିବ ବୋଲି ସେ କହିଛନ୍ତି।

Share