ଏଣିକି ବ୍ୟାଙ୍କ ବିରୋଧରେ ଅଭିଯୋଗ ଶୁଣିବ ଆର୍‌ବିଆଇ

ନୂଆଦିଲ୍ଲୀ,୨୬-୬: ସାଧାରଣତଃ ବ୍ୟାଙ୍କ ବିରୋଧରେ ଗ୍ରାହକଙ୍କ ବହୁ ଅଭିଯୋଗ ଥାଏ। କିନ୍ତୁ ସୂଚନା ଅଭାବରେ ସେମାନେ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରନ୍ତି ନାହିଁ। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଏଭଳି ଏକ ଆପ୍‌ ଅଣାଯାଇଛି, ଯାହାଦ୍ୱାରା ଗ୍ରାହକ ସିଧାସଳଖ ଅଭିଯୋଗ କରିପାରିବେ। କେନ୍ଦ୍ରୀୟ ବ୍ୟାଙ୍କର ଓ୍ବେବ୍‌ସାଇଟରେ ଅଭିଯୋଗ ପରିଚାଳନା ବ୍ୟବସ୍ଥା(କମ୍ପ୍ଲେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା ସିଏମ୍‌ଏସ୍‌) ଆରମ୍ଭ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାଙ୍କ ବିରୋଧରେ ଅଭିଯୋଗର ଶୁଣାଣି କରି ସମାଧାନ ମାଧ୍ୟମରେ ଗ୍ରାହକଙ୍କ ମନ ଜିଣିବାକୁ ଆର୍‌ବିଆଇ ପ୍ରୟାସ କରିବ। ଜଣେ ଗ୍ରାହକ ସିଏମ୍‌ଏସ୍‌ରେ ଯେକୌଣସି ବାଣିଜି୍ୟକ,ସହଯୋଗୀ ବ୍ୟାଙ୍କ ତଥା ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି) ବିରୋଧରେ ଅନ୍‌ଲାଇନରେ ଅଭିଯୋଗ କରିପାରିବେ। ଏହି ଅଭିଯୋଗକୁ ସମ୍ପୃକ୍ତ ଲୋକପାଳ ଅଥବା ଆର୍‌ବିଆଇର ଆଞ୍ଚଳିକ ଅଫିସକୁ ପଠାଇ ଦିଆଯିବ। ଏହାଛଡ଼ା ଆର୍‌ବିଆଇ ପକ୍ଷର ଖୁବଶୀଘ୍ର ଏକ ଡେଡିକେଟେଡ ଇଣ୍ଟରାକ୍ଟିଭ ଭଏସ୍‌ ରେସ୍‌ପନ୍ସ(ଆଇଭିଆର୍‌) ଲାଗୁ କରାଯିବ। ଏହାଦ୍ୱାରା ଅଭିଯୋଗ ସମାଧାନର ଷ୍ଟାଟସ୍‌ ଜାଣିହେବ। ସିଏମ୍‌ଏସ୍‌କୁ ଲଞ୍ଚ କରି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଅଭିଯୋଗଗୁଡ଼ିକୁ ତୁରନ୍ତ ତଥା ପ୍ରଭାବୀ ଢଙ୍ଗରେ ସମାଧାନ କରାଯିବା ଦ୍ୱାରା ବ୍ୟାଙ୍କଗୁଡ଼ିକ ପ୍ରତି ଗ୍ରାହକଙ୍କ ବିଶ୍ୱାସ କାଏମ ରଖାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ହାତଗୋଡ଼ ବାନ୍ଧି ପୋଷ୍ଟମାଷ୍ଟରଙ୍କୁ ଘରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫ ଲକ୍ଷ ଟଙ୍କା

ସୋର,୧୩ା୪(ଜନ୍ମେଜୟ ମିଶ୍ର): ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗ୍ରାମର ପୋଷ୍ଟମାଷ୍ଟର ବଟକୃଷ୍ଣ ମଲିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ୫ ଲକ୍ଷ ଟଙ୍କା ଲୁଟ୍‌...

ପୁଣି ‘ଧୋକା’ ଦେଲା ଶ୍ରୀଲଙ୍କା, ଭାରତକୁ ଲାଗିବ ଅରବ ଟଙ୍କାର ଚୁନା, ଏହି ଦେଶ ସହ କଲା ସିକ୍ରେଟ ଡିଲ୍‌!

କଲମ୍ବୋ,୧୩।୪: ଆମର ଦକ୍ଷିଣ ପଡ଼ୋଶୀ ଶ୍ରୀଲଙ୍କା ଏକ ଛୋଟ ଦେଶ। କିନ୍ତୁ, ସମୁଦ୍ର ମଧ୍ୟଭାଗରେ ଅବସ୍ଥିତ ହୋଇଥିବାରୁ, ଏହାର ମୂଲ୍ୟ ସର୍ବଦା ଅଧିକ ରହିଥାଏ। ଏହା...

ୟୁକ୍ରେନ ଉପରେ ରୁଷିଆର ଭୟଙ୍କର ଆକ୍ରମଣ: ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ରେ ୨୧ ମୃତ, ବ୍ୟାପକ କ୍ଷୟକ୍ଷତି…

କ୍ୱିଭ,୧୩।୪: ରୁଷିଆ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ହେବାକୁ ଯାଉଛି। ରୁଷ ୟୁକ୍ରେନର ସୁମିରେ ଏକ ଭୟଙ୍କର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ସୁମିରେ...

‘କଂଗ୍ରେସ ଆମ୍ବେଦକରଙ୍କର କରୁଛି ଅପମାନ’, ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ, ଓ୍ବକଫ ନାଁରେ ହିଂସା କରୁଛନ୍ତି କେତେକ ଲୋକେ

ଲକ୍ଷ୍ନୌ,୧୩।୪: ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନ ଅଧୀନରେ ରବିବାର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ...

Namaste Yojana: ନମସ୍ତେ ଯୋଜନାରେ ଏହି କର୍ମଚାରୀଙ୍କୁ ମିଳିବ ମାଗଣା ଚିକିତ୍ସା, ଆରମ୍ଭ ହେଲା ରେଜିଷ୍ଟ୍ରେଶନ

ଫରିଦାବାଦ,୧୩।୪: ସଫେଇ କର୍ମଚାରୀମାନଙ୍କୁ ସ୍ବେରେଜ ମ୍ୟାନହାଲ କିମ୍ବା ସେପ୍ଟିକ ଟ୍ୟାଙ୍କ ସଫା କରିବା ସମୟରେ ଦୁର୍ଘଟଣାଜନିତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସେମାନେ ନମସ୍ତେ...

ଗୋଦାମରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୧୩ା୪(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରର ବଡ଼ବଜାର ଥାନା ବାଛୁବାରୀ ସାହିରେ ରବିବାର ଭୋର୍‌ରୁ ଏକ ପନିପରିବା ଟ୍ରେ’ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଖବର...

‘ତୁମର ନୂଆ ଏସିପି…’ ପ୍ରଦ୍ୟୁମ୍ନଙ୍କ ପରେ CIDରେ ହୋଇଗଲା ନୂଆ ବସ୍‌ଙ୍କ ଏଣ୍ଟ୍ରି, ଦେଖନ୍ତୁ…

ମୁମ୍ବାଇ: ଲୋକପ୍ରିୟ ଟିଭି ରିଆଲିଟି ଶୋ’ ‘CID ୨’ରେ ଏକ ଟୁଇଷ୍ଟ ଆସିଛି, ଯେଉଁଥିଲାଗିଏହି ଶୋ’ ଆଜିକାଲି ବହୁତ ଚର୍ଚ୍ଚାରେ ଅଛି। ସଦ୍ୟତମ ଏପିସୋଡରେ ଏସିପି...

ପ୍ରେମିକାଙ୍କ ସହ ଚାଇନାରେ କ’ଣ କରୁଛନ୍ତି ଆମିର ଖାନ୍‌? Video ଭାଇରାଲ ପରେ…

ମୁମ୍ବାଇ: ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ନିଜର ପ୍ରେମିକାଙ୍କୁ ନେଇ ବଡ଼ ଘୋଷଣା କରିଥିଲେ। ଗୌରୀ ନାମକ ଜଣେ ମହିଳାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image