Advertisement

ଏଣିକି ବ୍ୟାଙ୍କ ବିରୋଧରେ ଅଭିଯୋଗ ଶୁଣିବ ଆର୍‌ବିଆଇ

ନୂଆଦିଲ୍ଲୀ,୨୬-୬: ସାଧାରଣତଃ ବ୍ୟାଙ୍କ ବିରୋଧରେ ଗ୍ରାହକଙ୍କ ବହୁ ଅଭିଯୋଗ ଥାଏ। କିନ୍ତୁ ସୂଚନା ଅଭାବରେ ସେମାନେ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରନ୍ତି ନାହିଁ। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଏଭଳି ଏକ ଆପ୍‌ ଅଣାଯାଇଛି, ଯାହାଦ୍ୱାରା ଗ୍ରାହକ ସିଧାସଳଖ ଅଭିଯୋଗ କରିପାରିବେ। କେନ୍ଦ୍ରୀୟ ବ୍ୟାଙ୍କର ଓ୍ବେବ୍‌ସାଇଟରେ ଅଭିଯୋଗ ପରିଚାଳନା ବ୍ୟବସ୍ଥା(କମ୍ପ୍ଲେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା ସିଏମ୍‌ଏସ୍‌) ଆରମ୍ଭ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାଙ୍କ ବିରୋଧରେ ଅଭିଯୋଗର ଶୁଣାଣି କରି ସମାଧାନ ମାଧ୍ୟମରେ ଗ୍ରାହକଙ୍କ ମନ ଜିଣିବାକୁ ଆର୍‌ବିଆଇ ପ୍ରୟାସ କରିବ। ଜଣେ ଗ୍ରାହକ ସିଏମ୍‌ଏସ୍‌ରେ ଯେକୌଣସି ବାଣିଜି୍ୟକ,ସହଯୋଗୀ ବ୍ୟାଙ୍କ ତଥା ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି) ବିରୋଧରେ ଅନ୍‌ଲାଇନରେ ଅଭିଯୋଗ କରିପାରିବେ। ଏହି ଅଭିଯୋଗକୁ ସମ୍ପୃକ୍ତ ଲୋକପାଳ ଅଥବା ଆର୍‌ବିଆଇର ଆଞ୍ଚଳିକ ଅଫିସକୁ ପଠାଇ ଦିଆଯିବ। ଏହାଛଡ଼ା ଆର୍‌ବିଆଇ ପକ୍ଷର ଖୁବଶୀଘ୍ର ଏକ ଡେଡିକେଟେଡ ଇଣ୍ଟରାକ୍ଟିଭ ଭଏସ୍‌ ରେସ୍‌ପନ୍ସ(ଆଇଭିଆର୍‌) ଲାଗୁ କରାଯିବ। ଏହାଦ୍ୱାରା ଅଭିଯୋଗ ସମାଧାନର ଷ୍ଟାଟସ୍‌ ଜାଣିହେବ। ସିଏମ୍‌ଏସ୍‌କୁ ଲଞ୍ଚ କରି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଅଭିଯୋଗଗୁଡ଼ିକୁ ତୁରନ୍ତ ତଥା ପ୍ରଭାବୀ ଢଙ୍ଗରେ ସମାଧାନ କରାଯିବା ଦ୍ୱାରା ବ୍ୟାଙ୍କଗୁଡ଼ିକ ପ୍ରତି ଗ୍ରାହକଙ୍କ ବିଶ୍ୱାସ କାଏମ ରଖାଯାଇପାରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share