ଏଣିକି ମଦ ଦୋକାନରେ ଧାଡ଼ି: ଗ୍ରାହକଙ୍କୁ ଦେବା ପୂର୍ବରୁ ସାନିଟାଇଜ୍‌ ହେବ ବୋତଲ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ବିଶ୍ୱର ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି କରୋନା। ଏହି ଭୂତାଣୁ ସଂକ୍ରମଣର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବିଶେଷକରି ଭିଡ ସ୍ଥାନରେ କରୋନା ସଂକ୍ରମଣର ଭୟ ରହୁଥିବାରୁ ଶପିଂ ମଲ୍‌ଠାରୁ ଆରମ୍ଭ କରି ସିନେମାହଲ, ଶିକ୍ଷାନୁଷ୍ଠାନ, ହାଟ ପ୍ରଭୃତି ଉପରେ କଟକଣା ଲଗାଯାଇଛି। ଅପରପକ୍ଷେ ବ୍ୟତିକ୍ରମସ୍ବରୂପ ମଦ ଦୋକାନରେ ଭିଡ଼ ପୂର୍ବଭଳି ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ମଦ ଦୋକାନରେ ଧାଡ଼ିରେ ଆସି ମଦ କିଣିବାକୁ ରାଜ୍ୟ ସରକାର ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ମଦ ଦୋକାନ ଧାଡ଼ିରେ ଗ୍ରାହକମାନେ ୧ ମିଟର ଦୂରତା ରଖିବେ। ଗ୍ରାହକଙ୍କୁ ଦେବା ପୂର୍ବରୁ ମଦ ବୋତଲକୁ ସାନିଟାଇଜ୍‌ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Share