ଏଣିକି ମନ୍ଦିର ଆୟବ୍ୟୟର ହେବ ଅଡିଟ୍‌, ଏଜିଙ୍କୁ ଚିଠି ଲେଖିଲେ ଦେବୋତ୍ତର କମିଶନର

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ଏଣିକି ମନ୍ଦିର ଆୟବ୍ୟୟର ଅଡିଟ୍‌ କରାଯିବ। ଏନେଇ ଦେବୋତ୍ତର କମିଶନର ଏଜିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୬୧ଟି ମନ୍ଦିରର ଅଡିଟ୍‌ ପାଇଁ ଏଜିଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱରସ୍ଥ ଲିଙ୍ଗରାଜ, ରାମମନ୍ଦିର ଓ ଶନିମନ୍ଦିର, କଟକର କଟକଚଣ୍ଡି, ପଞ୍ଚମୁଖୀ ହନୁମାନ, ବାଙ୍କି ଚର୍ଚ୍ଚିକା, ଜଗତସିଂହପୁର ମା’ ଶାରଳା, ଗୋରେଖନାଥ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବଜୀଉ, ଯାଜପୁରର ବିରଜା ମନ୍ଦିର, ସମ୍ବଲପୁରର ସମଲେଇ, ଆରଡିର ଆଖଣ୍ଡଳମଣି ମନ୍ଦିରଗୁଡ଼ିକର ଅଡିଟ କରାଯିବ।

ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷ ଅଡିଟ୍‌ କରୁଥିଲେ। ଫଳରେ ମନ୍ଦିର ଆୟବ୍ୟୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଆସୁଥିଲା।

Share