ଏଣ୍ଡୋକ୍ରାଇନ୍‌ ସୋସାଇଟି ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ ରୋଗୀଙ୍କ ପାଇଁ ଡାକ୍ତର ଦେବତାତୁଲ୍ୟ: ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୧୫ା୧୨-ଭାରତୀୟ ସଂସ୍କୃତିରେ ଡାକ୍ତରଙ୍କୁ ଭଗବାନଙ୍କ ସଦୃଶ ବିବେଚନା କରାଯାଇଛି ା ଭଗବାନ ଯେପରି ମନୁଷ୍ୟର ସମସ୍ୟା, ବ୍ୟାଧି ଦୂର କରିଥାନ୍ତି, ସେହିପରି ଡାକ୍ତର ରୋଗୀଙ୍କ ରୋଗ ଦୂର କରିଥାନ୍ତି ା ଡାକ୍ତରମାନେ ରୋଗୀଙ୍କ ପାଇଁ ଦେବତାତୁଲ୍ୟ ବୋଲି ଶନିବାର ବ୍ରହ୍ମପୁର ବଡ ମେଡିକାଲ ଏଣ୍ଡୋକ୍ରାଇନ୍‌ ସୋସାଇଟି ଅଫ୍‌ ଓଡିଶାର ୮ମ ବାର୍ଷିକ ସମିଳନୀରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି ା ଆୟୁର୍ବେଦ ଅନୁଯାୟୀ ଡାକ୍ତରମାନେ ରୋଗୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପୂର୍ବକ ଚିକିତ୍ସା କରିବା ଦ୍ୱାରା ସଫଳ ମିଳିପାରିବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ ା ଏହି କର୍ମଶାଳା ଡାକ୍ତର ରୋଗୀଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ତଥା ସୁସ୍ଥ କରିବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ା ବଡ ମେଡିକାଲ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ରାଧାମାଧବ ତ୍ରିପାଠୀ, କାର୍ଯ୍ୟକାରୀ କମିଟି ସଭାପତି ଡା. ଏସ୍‌.ଆର ପଟ୍ଟନାୟକ, କାର୍ଯ୍ୟକାରୀ ସମ୍ପାଦକ ଡା. ପି. ରବି କୁମାର, ଏଣ୍ଡୋକ୍ରାଇନ୍‌ ସୋସାଇଟି ଅଫ ଓଡ଼ିଶା ସଭାପତି ପ୍ରଫେସର ଏ.କେ. ବଳିଆର ସିହ୍ନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଫେସର ଡା. ଏସ୍‌. ସି. ମହାନ୍ତି, ପ୍ରଫେସର ଡା. ଏଲ୍‌ .କେ. ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା

Share