Categories: ଜାତୀୟ

ଅତ୍ୟଧିକ ଖୁସି ନୁହେଁ ଆଶା ଦେବୀ

ନୂଆଦିଲ୍ଲୀ,୧୭।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହାକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ସେ ଖୁସି ଅଛନ୍ତି ସତ ହେଲେ ଏହାକୁ ନେଇ ଅତ୍ୟନ୍ତ ଖୁସି ନୁହେଁ। କାରଣ ନ୍ୟାୟ ପାଇଁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡିଲାଣି। ଅବଶ୍ୟ ଶେଷକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି କିନ୍ତୁ ଏହା ତୃତୀୟ ଥର ହୋଇଥିବାରୁ ତାଙ୍କୁ ଏତେଟା ଖୁସି ଲାଗୁନାହିଁ ବୋଲି ସେ କହିଛନ୍ତି। ଯେଉଁଦିନ ନିର୍ଭୟା ମାମଲାର ଦୋଷୀମାନେ ଫାଶୀ ଖୁଣ୍ଟରେ ଝୁଲିବେ ସେଦିନ ସେ ଖୁସି ହେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ୨ଥର ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଏହାକୁ ପୁଣି ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ସୋମବାର ତୃତୀୟଥର ଲାଗି ଏମାନଙ୍କୁ ଫାଶୀ ଦେବାକୁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହି ଡେଥ୍‌ ଓ୍ବାରେଣ୍ଟ ଅନୁଯାୟୀ ସମସ୍ତ ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦିଆଯିବ।

Share