Advertisement

ଏଥର ଆକାଂକ୍ଷାର ୫ ବର୍ଷ: ସମୀର

ଭୁବନେଶ୍ୱର,୧।୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ବଜେଟ ଆମ ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବ। ପାର୍ଲାମେଣ୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଣିଥିବା ବଜେଟ ସବୁବର୍ଗକୁ ସୁହାଇଲା ଭଳି କରାଯାଇଛି। ମୋଦିଙ୍କ ନୂଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହା ସଫଳ ହେବ। ମୋଦି ସରକାରଙ୍କ ପ୍ରଥମ ପାଳି ଆବଶ୍ୟକତାର ୫ ବର୍ଷ ଥିଲା। ଏବେ ଆକାଂକ୍ଷାର ୫ବର୍ଷ। ଦେଶର ସବୁ ବର୍ଗର ଲୋକମାନଙ୍କ ଆକାଂକ୍ଷା ପୂରଣ କରିବା ଦିଗରେ ଏ ସରକାର କାମ କରିବ ବୋଲି ସମୀର କହିଛନ୍ତି। ଦେଶର ଯୁବ ବର୍ଗଙ୍କ ସ୍ପପ୍ନକୁ ପୂରଣ କରିବା ଦିଗରେ ଏହି ବଜେଟ ଆଗାମୀ ଦିନରେ ଏକ ବଡ ଭୂମିକା ନେବାକୁ ଯାଉଛି ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share