Advertisement

ଏଥର ଇକୋ ଫ୍ରେଣ୍ଡ୍‌ଲୀ ଗଣେଶ

କୋଏମ୍ବାଟୁର,୨୮।୮: ଗଣେଶ ଚତୁର୍ଥୀ ଭାଦ୍ରବ ଶୁକ୍ଳପକ୍ଷରେ ପଡ଼ୁଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ବିଘ୍ନବିନାଶନଙ୍କ ପୂଜା ଆଉ କିଛି ଦିନ ବାକି ରହିଲା। ଏନେଇ ପଲ୍ଲୀଠୁଁ ସହର ସବୁ ଉତ୍ସବମୁଖର ହୋଇପଡ଼ିଛି। କାରିଗରମାନେ ଗଣେଶ ମୂର୍ତ୍ତି ତିଆରି କରିବାରେ ଲାଗିପଡ଼ିଛନ୍ତି। ହେଲେ ପରିବେଶକୁ ଦୃଷ୍ଟିରେ ରଖି ତାମିଲନାଡୁର କୋଏମ୍ବାଟୁରରେ ଇକୋ ଫ୍ରେଣ୍ଡ୍‌ଲୀ ଗଣେଶ ମୂର୍ତ୍ତି ତିଆରି କରାଯାଉଛି। ଏହି ଇକୋ ଫ୍ରେଣ୍ଡ୍‌ଲୀ ମୂର୍ତ୍ତିଗୁଡିକର ସର୍ବନିମ୍ନ ଉଚ୍ଚତା ୨ଫୁଟ। ଏହି ମୂର୍ତ୍ତିଗୁଡ଼ିକୁ ମାଟି, କାଗଜ ଓ ପ୍ରଦୂଷଣମୁକ୍ତ ଉପାଦାନରେ ତିଆରି କରାଯାଉଥିବା ବେଳେ ଏଥିରେ ପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଇଥାଏ। କାରଣ ଏହିସବୁ ମୂର୍ତ୍ତି ଶୀଘ୍ର ମିଳାଇ ଯିବା ସହ ପାଣିକୁ ପ୍ରଦୂଷିତ କରି ନ ଥାଏ ବୋଲି ସ୍ଥାନୀୟ କାରିଗର ଶ୍ରବଣ କୁମାର କହିଛନ୍ତି। ଏଥିସହ ମଙ୍ଗଳା ବିନାୟକ, ଲୋଟସ୍‌ ବିନାୟକ ଓ ନାଗ ବିନାୟକ ଭଳି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରାଯାଉଛି। ହେଲେ ଚଳିତବର୍ଷ ବିଭିନ୍ନ ପ୍ରକାରର ମଞ୍ଜିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ଅଧିକ ଚାହିଦା ରହିଛି ବୋଲି କାରିଗରମାନେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share