ଏଥର ଡ୍ୟାନ୍ସ ଶୋ’ ‘ନଚ୍‌ ବଲିଏ-୯’ରେ ନଜର ଆସିବେ ପୂର୍ବତନ ଯୋଡ଼ି

ଦି କପିଲ ଶର୍ମା ଶୋ’ ପରେ ବଲିଉଡ୍‌ ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଆଉ ଏକ ଟିଭି ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ସେଲିବ୍ରିଟି ନୃତ୍ୟ ରିଆଲିଟି ଶୋ’ ‘ନଚ୍‌ ବଲିଏ’ର ସିଜିନ୍‌ ୯ର ସେ ପ୍ରଯୋଜନା କରିବେ। ଆଜି ପର୍ଯ୍ୟନ୍ତ ଏହି ଶୋ’ରେ କେବଳ କପଲ୍ସ (ଯୋଡ଼ି) ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ହେଲେ ଏଥର ଶୋ’ରେ କିଛିଟା ଭିନ୍ନ ହେବାକୁ ଯାଉଛି। କପଲ୍ସ ସହ ଏକ୍ସ-କପଲ୍ସ(ପୂର୍ବତନ ଯୋଡ଼)ଙ୍କୁ ଏଥର ଏକତ୍ର ନୃତ୍ୟ କରିବାର ଦେଖିବାକୁ ମିଳିବ। ନିଜେ ସଲ୍‌ମାନ୍‌ ଏହି ଖୁଲାସା କରିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ଏଥର ଶୋ’ ବହୁତ ଆକର୍ଷଣୀୟ ହେବ। ଏକ୍ସ କପଲ୍ସ ଏକାଠି ନୃତ୍ୟ କରିବେ ଏବଂ ଏଥିରେ କିଛି ଖରାପ ନାହିଁ। ଯାହା ଘଟିଯାଇଛି ତାକୁ ଭୁଲିଯିବା ଦରକାର ବୋଲି ସେ କହିଛନ୍ତି।

Share