Posted inଫୁରସତ

ଏଥର ପର୍ଯ୍ୟଟନରେ ‘ଦୁଧ୍‌ଓ୍ବା ରାଷ୍ଟ୍ରୀୟ ଉଦ୍ୟାନ’

ଉତ୍ତରପ୍ରଦେଶର ଲକ୍ଷିମପୁର ଖେରୀ ଜିଲା ଅନ୍ତର୍ଗତ ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଦୁଧ୍‌ଓ୍ବା ରାଷ୍ଟ୍ରୀୟ ଉଦ୍ୟାନର ବେଶ୍‌ ନାଁ ରହିଛି। ଏହି ଉଦ୍ୟାନଟି ଭାରତ ଓ ନେପାଳ ସୀମାକୁ ଲାଗି ପ୍ରାୟ ୪୯୦.୩ ବର୍ଗ କି.ମି.ବିଶିଷ୍ଟ ଏକ ବିଶାଳ କ୍ଷେତ୍ର ଉପରେ ଗଢ଼ିଉଠିଛି। ଫଳରେ ଏହାକୁ ଅନେକେ ଉତ୍ତରପ୍ରଦେଶର ଏକ ବଡ଼ ତଥା ସମୃଦ୍ଧ ଜୈବବିବିଧତା କ୍ଷେତ୍ର ବୋଲି କହିଥାନ୍ତି। ଏହା ମୁଖ୍ୟତଃ ବାଘ ଓ ବାରଶିଙ୍ଗାଙ୍କ ପାଇଁ ପ୍ରସିଦ୍ଧି
ଲାଭ କରିପାରିଛି…

ଇତିହାସ: ୧୮୭୯ ମସିହାରେ ଦୁଧ୍‌ଓ୍ବାରେ ବାଘମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିଲା। ହେଲେ ପରେ ୧୯୫୮ ମସିହାରେ ଏହା ବାରଶିଙ୍ଗାଙ୍କ ସୁରକ୍ଷା ନିମନ୍ତେ ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରର ମାନ୍ୟତା ପାଇବା ସହିତ ୧୯୭୭ରେ ରାଷ୍ଟ୍ରୀୟ ଉଦ୍ୟାନର ପରିଚିତି ପାଇଲା। କିନ୍ତୁ ପୁନର୍ବାର ୧୯୮୭ରେ ଏଠାରେ ‘ପ୍ରୋଜେକ୍ଟ ଟାଇଗର’ ଉପରେ ବିଶେଷ ଧ୍ୟାନ ଦିଆଯାଇ କ୍ରିଷ୍ଣାପୁର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ କତରନିଆଘାଟ ବନ୍ୟପ୍ରାଣୀ ଅଭୟାରଣ୍ୟର ମିଳିତ ସହଯୋଗରେ ଏହା ଦୁଧ୍‌ଓ୍ବା ଟାଇଗର ରିଜର୍ଭ ଭାବେ ସ୍ବତନ୍ତ୍ର ପରିଚୟ ପାଇଲା।

କେବେ ଯିବେ
ଏଠାରେ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ଖରା, ଜୁନ୍‌ରୁ ସେପ୍ଟେମ୍ବର ବର୍ଷା ଓ ଅକ୍ଟୋବରରୁ ଫେବୃୟାରୀ ଶୀତଋତୁ ଅନୁଭୂତ ହୋଇଥାଏ। କୁହାଯାଏ, ଖରାଦିନେ ଏଠାରେ କୁଆଡ଼େ ପ୍ରବଳ ଗରମ ହୋଇଥାଏ। ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବଢ଼ିଯାଏ। ସେହିପରି ବର୍ଷା ବି ଏଠାରେ ଭଲ ହୋଇଥାଏ। ତେଣୁ ଖରା ଓ ବର୍ଷା ସମୟକୁ ଛାଡ଼ି ବାକି ଦିନରେ ଏଠାକୁ ଗଲେ ବୁଲିବାକୁ ସହଜ ଓ ସୁବିଧା ହୋଇଥାଏ। କାରଣ ଏହି ସମୟରେ ଏଠାକାର ତାପମାତ୍ରା ୧୫ରୁ ୨୫ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହିଥାଏ।

କେମିତି ଯିବେ
ଏହି ଅଭୟାରଣ୍ୟ ନିକଟକୁ ଯିବା ପାଇଁ ଉଭୟ ସଡ଼କପଥ, ରେଳପଥ ତଥା ଆକାଶପଥର ଭଲ ସୁବିଧା ରହିଛି। ଦୁଧ୍‌ଓ୍ବା ରେଲ୍‌ଓ୍ବେ ଷ୍ଟେଶନ ହେଉଛି ଏଠାକାର ନିକଟତମ ରେଳଷ୍ଟେଶନ, ଯାହା ଅଭୟାରଣ୍ୟଠାରୁ ମାତ୍ର ୪ କି.ମି. ଦୂରରେ ଅବସ୍ଥିତ। ସେହିପରି ଲକ୍ଷ୍ନୌସ୍ଥିତ ଚୌଧୁରୀ ଚରଣ ସିଂ ଏୟାରପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର। ତେବେ ଉଭୟ ରେଳଷ୍ଟେଶନ ଓ ବିମାନବନ୍ଦରଠାରୁ ଉକ୍ତ ଅଭୟାରଣ୍ୟ ନିକଟକୁ ଯିବା ପାଇଁ ଟ୍ୟାକ୍ସିର ସୁବିଧା ରହିଛି। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ଯୋଗେ ବି ଯିବାର ସୁବିଧା ରହିଛି।

କ’ଣ ଦେଖିବେ
ପର୍ଯ୍ୟଟକ ଉକ୍ତ ଅଭୟାରଣ୍ୟରେ ବହୁ ବିରଳ ପଶୁପକ୍ଷୀ ଦେଖିବାର ସୁଯୋଗ ପାଇଥାନ୍ତି। ଖାସ୍‌କରି ବାଘ ଓ ବାରଶିଙ୍ଗା ଏଠାରେ ଅଧିକ ଦେଖିବାକୁ ମିଳିଥାଏ। କୁହାଯାଏ, ସାରା ବିଶ୍ୱରେ ଯେତେ ବାରଶିଙ୍ଗା ଅଛନ୍ତି, ତନ୍ମଧ୍ୟରୁ ପ୍ରାୟ ଅଧା କେବଳ ଏହି ଦୁଧ୍‌ଓ୍ବା ଅଭୟାରଣ୍ୟରେ ହିଁ ଦେଖିବାକୁ ମିଳେ। ସେହିପରି ଅନ୍ୟ ପ୍ରାଣୀଙ୍କ ଭିତରେ ଚିତାବାଘ, ଭାଲୁ, ସମ୍ବର, ଚିତ୍ରା ହରିଣ, ବୋବାଉଥିବା ହରିଣ, ନୀଳଗାଈ, ହେଟାବାଘ, ଜଙ୍ଗଲୀ ବିଲେଇ, ଚିତ୍ରା ବିଲେଇ, ନେଉଳ, ବିଲୁଆ, କୋକିଶିଆଳି, ଠେକୁଆ, ମାଙ୍କଡ଼ ଇତ୍ୟାଦି ବି ଏଠାରେ ଦେଖାଯାଇଥାନ୍ତି। ଅନ୍ୟପକ୍ଷେ ୩୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୁଯୋଗ ମଧ୍ୟ ମିଳିଥାଏ। ଖାସ୍‌କରି ମୟୂର, ଧୂସର ରଙ୍ଗର ଏକପ୍ରକାର ଶିକାରୀ ପକ୍ଷୀ, ହରଡ଼ ଚଢ଼େଇ ପରି ଖାଇବାଯୋଗ୍ୟ କ୍ଷୁଦ୍ର ପକ୍ଷୀ, ଗେଣ୍ଡାଳିଆ ଜାତୀୟ ପକ୍ଷୀ, ଚାତକ ପକ୍ଷୀ, କର୍କଶ ରାବ କରୁଥିବା ରାତ୍ରିକାଳୀନ ପକ୍ଷୀ, ମାଛରଙ୍କା, ବୁଲ୍‌ବୁଲ୍‌, କାଠହଣା, ରଙ୍ଗିନ ପର ଥିବା କୁଆଜାତୀୟ ପକ୍ଷୀ, ଛଞ୍ଚାଣ, ଚିଲ, ଶାଗୁଣା ଇତ୍ୟାଦିଙ୍କୁ ପ୍ରାୟତଃ ପର୍ଯ୍ୟଟକ ଏଠାରେ ଦେଖିଥାନ୍ତି। ଆଉ ଶୀତଦିନ ହେଲେ ଅନେକ ଭ୍ରମଣକାରୀ ପକ୍ଷୀଙ୍କର ବି ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ, ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କର ସୁଅ ଛୁଟେ। ସେହିପରି ଅଭୟାରଣ୍ୟ ମଧ୍ୟରେ ଥିବା ଏକ ଜଳାଶୟରେ ବିଭିନ୍ନ ପ୍ରଜାତିର ରଙ୍ଗିନ ମାଛ ଦେଖିବାର ସୁଯୋଗ ମିଳିଥାଏ। ତା’ଛଡ଼ା ଅଭୟାରଣ୍ୟ ଭିତରେ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ରହିଛି, ଯେଉଁଠାରେ ବହୁ ଔଷଧୀୟ ବୃକ୍ଷ ଥିବା ଦେଖାଯାଏ। ଏହାକୁ ଦେଖିବା ଓ ପରୀକ୍ଷା ନିରୀକ୍ଷା କରିବାକୁ ଅଧିକାଂଶ ସମୟରେ ବହୁ ଉଦ୍ଭିଦ ବିଜ୍ଞାନୀ ଏଠାକୁ ଆସିଥାନ୍ତି। ଖାସ୍‌କରି ଏହି ଅଭୟାରଣ୍ୟ ପରିସରରେ ବହୁ ପରିମାଣରେ ଶାଳଗଛ ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri