Categories: ଜାତୀୟ

ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: ଲୋକ ସଭାରେ ଶନିବାର ଉପସ୍ଥାପନ ହୋଇଥିବା ବଜେଟ ଉପରେ ସମସ୍ତଙ୍କ ନଜର। ବିଶେଷ କରି କେଉଁ ଜିନିଷ ଶସ୍ତା ଓ କେଉଁ ଜିନିଷ ମହଙ୍ଗା ହୋଇଛି ତା’ ଉପରେ ରହିଛି ସାଧାରଣ ଜନତାଙ୍କ ନଜର। ମହଙ୍ଗା ତାଲିକାକୁ ଆସିଛି ଫର୍ଣ୍ଣିଚର, ସିଗାରେଟ, ଚିକିତ୍ସା ଉପକରଣ, ଏସି, ଇସ୍ପାତ, ତମ୍ବା, ଆଲକୋହଲ, ଗାଡି, ଗାଡି ଯନ୍ତ୍ରାଂଶ, ବିଦେଶରୁ ଆସୁଥିବା ଜୋତା ଇତ୍ୟାଦି। ତେବେ ଇଲେକ୍ଟ୍ରୋନିକ ଗାଡିର ଦାମ ଅପରିବର୍ତ୍ତିତ ରହିଛି। ସେହିପରି ଶସ୍ତା ତାଲିକାରେ ଆସିଛି ଅଶୋଧିତ ଚିନି, ସର ବିହୀନ କ୍ଷୀର, ପଶୁଜାତ ଉତ୍ପାଦ, ଗୁଡ, ସୋୟାବିନ ଓ ଆଲକୋହଲ ଯୁକ୍ତ ପାନୀୟ।

Share