ଏଥର ହେବ ନାହିଁ ଦ୍ୱିତୀୟ ଓଜେଇଇ

ଭୁବନେଶ୍ୱର, ୧୨।୫(ବ୍ୟୁରୋ)- ଚଳିତ ବର୍ଷ ଦ୍ୱିତୀୟ ଓଜେଇଇ ହେବ ନାହିଁ। କରୋନାକୁ ଦୃଷ୍ଟିରେ ଓଜେଇଇ ପକ୍ଷରୁ ଏବର୍ଷ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥର ବିଟେକ୍‌ ପାଇଁ ସ୍ବତନ୍ତ୍ର ଏଣ୍ଟ୍ରାନ୍ସ ହେବ। ସ୍ବତନ୍ତ୍ର ଓଜେଇଇ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଆଡ଼ମିଶନ୍‌ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ମଙ୍ଗଳବାର ଅନଲାଇନ୍‌ ଆବେଦନ ପ୍ରକ୍ରୟା ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଛାତ୍ରୀଛାତ୍ରମାନେ ଆସନ୍ତା ମାସ ୫ ତାରିଖରେ ଫି’ ପେମେଣ୍ଟ କରିବେ। ପ୍ରଥମ ଥର ପାଇଁ ଛାତ୍ରୀଛାତ୍ରଙ୍କ ଏଣ୍ଟ୍ରାନ୍ସ ଓ ଆଡ଼ମିଶନ୍‌ କମ୍ପ୍ୟୁଟର୍‌ ବେସ୍‌ରେ କରାଯିବ। କରୋନା ବ୍ୟାପିଥିବାରୁ ଛାତ୍ରୀଛାତ୍ର ଯେପରି ଏକତ୍ରିତ ହେବେ ନାହିଁ ସେ ନେଇ ଧ୍ୟାନ ଦିଆଯାଇଛି। ଯେଉଁମାନେ ଜେଇଇ ମେନ୍‌ ଦେଇନଥିବେ ସେମାନେ ଏହି ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ଦେବେ। ସରକାରୀ ଓ ବେସରକାରୀ କଲେଜରେ ଖାଲି ଥିବା ସିଟ୍‌ରେ ଛାତ୍ରୀଛାତ୍ର ଆଡ଼ମିଶନ୍‌ ପାଇପାରିବେ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ଜୁନ୍‌ ୧୭ ପରେ ପରିସ୍ଥିତି ଦେଖି ଆଡ଼ମିଟ କାର୍ଡ ଓ ପରୀକ୍ଷା ଦିନ ଧାର୍ଯ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share