ନୂଆଦିଲ୍ଲୀ,୧।୬: କେରଳରେ ମୌସୁମୀ ପହଞ୍ଚିବା ପରେ ଦେଶବାସୀଙ୍କ ଆଶ୍ୱସ୍ତି ମିଳିଛି। ଏଥର ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲା-ନିନା ପ୍ରଭାବରେ ଏଥର ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୧୦୨ ପ୍ରତିଶତ ବର୍ଷା ହେବ। ଉତ୍ତର-ପଶ୍ଚିମାଞ୍ଚଳରେ ସର୍ବାଧିକ ୧୦୭ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଉଛି। ସେହିପରି କେନ୍ଦ୍ରାଞ୍ଚଳ ଜୋନରେ ୧୦୩ ପ୍ରତିଶତ ଏବଂ ଦକ୍ଷିଣାଞ୍ଚଳ ଜୋନରେ ୧୦୨ ପ୍ରତିଶତ ବର୍ଷା ହେବ। ଉତ୍ତର ପୂର୍ବାଞ୍ଚଳରେ ୯୬ ପ୍ରତିଶତ ସହ ପୂର୍ବାପେକ୍ଷା ଅଧିକ ବର୍ଷା ହେବ। ଜୁଲାଇରେ ୧୦୩ ପ୍ରତିଶତ, ଅଗଷ୍ଟରେ ୯୭ ପ୍ରତିଶତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।