Categories: ଜାତୀୟ

ଏନଆଇଏର ଖୁଲାସା: ଭାରତରେ ପୁଣି ଆତଙ୍କବାଦୀ ଆକ୍ରମଣ ଯୋଜନାରେ ଅଛନ୍ତି ଦାଉଦ

ନୂଆଦିଲ୍ଲୀ,୮।୧୧: ଆତଙ୍କବାଦ ପାଣ୍ଠି ଯୋଗାଡ ମାମଲାରେ ଜାତୀୟ ଯାଞ୍ଚ୍‌ ଏଜେନ୍ସି (ଏନଆଇଏ) ଚାର୍ଜସିଟରେ ଏକ ବଡ଼ ଖୁଲାସା କରିଛି। ଏନଆଇଏ କହିଛି ଯେ, କୁଖ୍ୟାତ ଡନ୍‌ ଦାଉଦ ଏବଂ ତାଙ୍କ ସହଯୋଗୀ ଛୋଟା ଶକିଲ ପୁଣି ଥରେ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ଏନଆଇଏ ଅନୁଯାୟୀ, ଦାଉଦ ପାକିସ୍ତାନରୁ ଦୁବାଇ ବାଟ ଦେଇ ହାଓ୍ବାଲା ମାଧ୍ୟମରେ ସୁରତ ଏବଂ ପରେ ମୁମ୍ବାଇକୁ ୨୫ ଲକ୍ଷ ଟଙ୍କା ପଠାଇଛନ୍ତି। ଏହି ଟଙ୍କା ଆରିଫ ଶେଖ ଏବଂ ଶବ୍ବୀର ଶେଖଙ୍କ ନିକଟକୁ ପଠାଯାଇଛି। ଏହିପରି, ଗତ ଚାରି ବର୍ଷ ମଧ୍ୟରେ ହାୱାଲା ମାଧ୍ୟମରେ ୧୨-୧୩ କୋଟି ଟଙ୍କା ପଠାଇଯାଇଛି। ଏହାର ସାକ୍ଷୀ ହେଉଛନ୍ତି ସୁରତର ଜଣେ ହାୱାଲା ଅପରେଟର। ତାଙ୍କ ପରିଚୟ ସୁରକ୍ଷା କାରଣରୁ ଗୋପନ ରଖାଯାଇଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ଅନୁସନ୍ଧାନ ବେଳେ ଏହା ସାମ୍ନାକୁ ଆସିଛି ଯେ ରସିଦ ମାରଫାନୀ ଓରଫ ରସିଦ ଭାଇ ଦୁବାଇରେ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଏବଂ ଛୋଟା ଶକିଲଙ୍କ ଟଙ୍କା ପଠାଇବା ପାଇଁ ହାୱାଲା ଟଙ୍କା ଟ୍ରାନ୍ସଫର କାମ ଗ୍ରହଣ କରୁଥିଲେ।

Share