Categories: ଖେଳ

ଏନଡିିଟିଏଲ୍‌ ଉପରୁ ସସ୍‌ପେଣ୍ଡ ପ୍ରତ୍ୟାହାର ଉଦ୍ୟମ ଚାଲିଛି: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରୋଟୋରିରୁ ଆସନ୍ତା ଦୁଇ ମାସ ମଧ୍ୟରେ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ଉଦ୍ୟମ ହେଉଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିନ ରିଜିଜୁ ସୋମବାର ସୂଚନା ଦେଇଛନ୍ତି। ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ମହାନିର୍ଦ୍ଦେଶକ ନବିନ ଅଗ୍ରଓ୍ବାଲ ଏବଂ ଏନ୍‌ିଡିିଟିଏଲ ସାଇଣ୍ଟିଫିକ୍‌ ଡାଇରେକ୍ଟର ପି. ଏଲ୍‌. ସାହୁଙ୍କ ଉପସ୍ଥିତିରେ ମନ୍ତ୍ରୀ ଲାବରେଟୋରି ପରିଦର୍ଶନରେ ଯାଇ ସମୀକ୍ଷା କରିଛନ୍ତି। କେତେକ ବୈଷୟିକ ତ୍ରୁଟି ସୁଧାରିବା ଜରୁରି ବୋଲି ମନ୍ତ୍ରୀ ଅନୁଭବ କରିଛନ୍ତି। ଖୁବ୍‌ ଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏନଡିଟିଏଲ ଏସିଆର ଅନ୍ୟତମ ଶ୍ରେଷ୍ଠ ଡୋପ୍‌ ଟେଷ୍ଟିଂ ଲାବରେଟୋରି ବିବେଚିତ ହୋଇ ଆସୁଥିଲା। ମାତ୍ର ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ନିକଟରେ ଏନଡିଟିଏଲ୍‌ ସ୍ବୀକୃତିକୁ ୬ ମାସ ସସ୍‌ପେଣ୍ଡ କରିଛି, ଯାହାକି ଦେଶର ଆଣ୍ଟି-ଡୋପିଂ କାର୍ଯ୍ୟକ୍ରମକୁ ଶକ୍ତ ଧକ୍କା ଦେଇଛି। ମନ୍ତ୍ରଣାଳୟ ଓ୍ବାଡାର ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା। ଏସିଆର ଅନ୍ୟତମ ଶ୍ରେଷ୍ଠ ଲାବରେଟୋରି ଉପରୁ ସାମୟିକ ସ୍ବୀକୃତି ପ୍ରତ୍ୟାହାର ନିଷ୍ପତ୍ତି ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ପାରିଥାନ୍ତା। ଏପରିକି ସୁଧାର ଆଣିବା ଲାଗି କିଛି ସମୟ ଧାର୍ଯ୍ୟ କରିପାରିଥାନ୍ତା ବୋଲି କ୍ରୀଡ଼ା ମନ୍ତ୍ରୀ ପ୍ରକାଶ କରିଥିଲେ।

Share