Categories: ଜାତୀୟ

ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ, ୨।୧: ପୂର୍ବତନ ଏମ୍‌ପି ତଥା ଏନସିପିର ବରିଷ୍ଠ ନେତା ଡିପି ତ୍ରିପାଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି ଏନସିପି ନେତ୍ରୀ ସୁପ୍ରିୟା ସୁଲେ। ଡିପି ତ୍ରିପାଠୀ ଦଳର ମାର୍ଗଦର୍ଶକ ଥିଲେ। ତାଙ୍କ ମୃତ୍ୟୁ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ନିଜ ଶୋକ ବାର୍ତ୍ତାରେ ସୁପ୍ରିୟା କହିଛନ୍ତି। ସୂଚନାଯୋଗ୍ୟ, ଡିପି ତ୍ରିପାଠୀ ଉତ୍ତର ପ୍ରଦେଶର ସୁଲତାନପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ଅଧ୍ୟକ୍ଷ ଥିଲେ। ପ୍ରଥମେ ସେ କଂଗ୍ରେସରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ କଂଗ୍ରେସ ଛାଡି ଏନସିପିରେ ଯୋଗ ଦେଇଥିଲେ।

Share