Categories: ଜାତୀୟ

ଏନ୍‌ଆର୍‌ଆଇ-ବିଦେଶୀ ନାଗରିକଙ୍କ ପାଇଁ ତିରୁପତି ମନ୍ଦିରରେ ପ୍ରବେଶ କଟକଣା

ହାଇଦ୍ରାବାଦ୍‌,୧୧।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ତିରୁମଲା ତିରୁପତି ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଏନ୍‌ଆର୍‌ଆଇ ଏବଂ ବିଦେଶୀ ନାଗରିକ ଭାରତରେ ପହଞ୍ଚିବାର ୨୮ ଦିନ ପର୍ଯ୍ୟନ୍ତ ମନ୍ଦିରକୁ ଆସି ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ମନ୍ଦିର ପ୍ରଶାସନ ପକ୍ଷରୁ ଏସମ୍ପର୍କିତ ସୂଚନା ଜାରି କରାଯାଇଛି। ଏହାକୁ ପାଳନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ସୂଚିତ କରାଯାଇଛି।

Share