ରାୟପୁର,୨୧।୧୨: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯଦି ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆର୍ସି) ଲାଗୁ କରାଯାଏ ତେବେ ମୁଁ ପ୍ରଥମ ବ୍ୟକ୍ତି ଭାବେ ଏଥିରେ ଦସ୍ତଖତ କରିବି ନାହିଁ। ସେ କହିଛନ୍ତି ଛତିଶଗଡ଼ରେ ଅଧିକାଂଶ ନାଗରିକ ସେମାନଙ୍କର ନାଗରିକତ୍ୱ ପ୍ରମାଣ ଦେଇ ପାରିବେ ନାହିଁ। କାହିଁକିନା ନା ତାଙ୍କ ପାଖରେ ଜମି ଅଛି ନା କିଛି ରେକର୍ଡ ଅଛି। ସେମାନଙ୍କ ପୂର୍ବଜ ନିରକ୍ଷର ଥିଲେ ଓ ସେମାନେ ବିଭିନ୍ନ ଗାଁ ବା ରାଜ୍ୟକୁ ଚାଲିଯାଇଛନ୍ତି।