ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ପୁଣିଥରେ ସେ ଏମିତି ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର ଓ ପିଆଜ ଦରବୃଦ୍ଧି ମାରାତ୍ମକ ଯୋଜନା। ସେ ତାଙ୍କ ଇନଷ୍ଟାଗ୍ରାମରେ ଏହା କହିଥିବା ବେଳେ ଏହାକୁ ସପୋର୍ଟ କରିବାକୁ ନେଇ କିନ୍ତୁ କିଛି ସ୍ପଷ୍ଟ କରି ନାହାନ୍ତି। ବିଶାଲ ଆମ ଆଦମୀ ପାର୍ଟି(ଏଏପି) ସହଯୋଗ କରୁଥିବା କୁହାଯାଉଥିବା ବେଳେ ସେ କେନ୍ଦ୍ର ସରକାରଙ୍କ ବିରୋଧରେ ଏମିତି କହିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟପଟେ ସୋମବାର ଲୋକ ସଭାରେ ନାଗରିକତା ସଂଶୋଧନ ବିଲ୍‌ ଉପସ୍ଥାପନ କରିବା ସମୟରେ କଂଗ୍ରେସ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖାଯାଇଥିଲା।

Share