ଏନ୍‌ଆର୍‌ସି କି ସିଏଏ ନୁହେଁ ବିକାଶକୁ ପସନ୍ଦ କରିଛନ୍ତି ଜନତା: ମମତା

କୋଲକାତା,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସି ନ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ବହୁମତରେ ବିଜୟ ଲାଭ କରିବ ବୋଲି ଆଲୋଚନା ହେଉଛି। ଏବେସୁଦ୍ଧା ଏଏପି ବହୁମତଠାରୁ ଆଗୁଆ ଥିବା ବେଳେ ଏହାକୁ ନେଇ ଅନେକ ଏଏପିର ସରକାର ଗଠନକୁ ନେଇ ଆଶାବାଦୀ ଥିବା ଦେଖାଯାଇଛି। ୫୮ ଆସନରେ ଏଏପି ଆଗୁଆ ଥିବା ଦେଖିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାଧାରଣ ଜନତା ଭାରତୀୟ ଜନତା ପାର୍ଟି(ଭାଜପା)କୁ ପ୍ରତ୍ୟାଖାନ କରିଛନ୍ତି ବୋଲି ମମତା କହିଛନ୍ତି। କେବଳ ବିକାଶ ହିଁ କାମ କରିବ ଅର୍ଥାତ୍‌ କେଜରିଓ୍ବାଲଙ୍କ ବିକାଶମୂଳକ କାମ ଲୋକଙ୍କ ମନକୁ ପାଇଛି। ଏମାନେ ଏନ୍‌ଆର୍‌ସି, ସିଏଏ ଓ ଏନ୍‌ପିଆର୍‌କୁ ପ୍ରତ୍ୟାଖାନ କରିଛନ୍ତି ବୋଲି ମମତା ମତ ଦେଇଛନ୍ତି।

Share