Categories: ଜାତୀୟ

ଏନ୍‌ଆର୍‌ସି ନେଇ କାହିଁକି ନୀରବ ସୋନିଆ ଗାନ୍ଧୀ: ପ୍ରଶ୍ନ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୩୦।୧୨: ଏନ୍‌ଆର୍‌ସି ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନୀରବତା ଅବଲମ୍ବନ କରୁଥିବା ନେଇ ଜେଡ଼ିୟୁ ନେତା ପ୍ରଶାନ୍ତ କିଶୋର କଡ଼ା ସମାଲୋଚନା କରିଛନ୍ତି। ସେ ଏକ ସାକ୍ଷାତ୍‌କାରରେ ପ୍ରଶ୍ନ କରିଛନ୍ତି ଯେ, ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି। ଏନେଇ ବିଭିନ୍ନ ଧାରଣା ଏବଂ ପ୍ରଦର୍ଶନରେ ସୋନିଆ ଯୋଗଦେଉଥିଲେ ମଧ୍ୟ କୌଣସି ମନ୍ତବ୍ୟ ଦେଉ ନ ଥିବାରୁ କଂଗ୍ରେସର ମତାମତ ସମ୍ପର୍କରେ କିଛି ଜଣା ପଡୁ ନ ଥିବା ସେ କହିଛନ୍ତି। କଂଗ୍ରେସ ଶାସିତ ରାଜ୍ୟରେ ଏନ୍‌ଆର୍‌ସି ଲାଗୁ ହେବ କି ନାହିଁ ସେ ନେଇ ସୋନିଆ ଶୀଘ୍ର ସୂଚନା ଦେବା ଆବଶ୍ୟକ ବୋଲି ପ୍ରଶାନ୍ତ କହିଛନ୍ତି।

Share