ନୂଆଦିଲ୍ଲୀ,୧୫।୧୨: ବିହାରର ଶାସକ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ତାଙ୍କ କଥାରେ ଅଡି ବସିଛନ୍ତି। ରବିବାର ସେ ପୁଣିଥରେ ଟୁଇଟ୍ କରି କହିଛନ୍ତି ସାରା ଦେଶରେ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍ଆର୍ସି) ଲାଗୁ ହେବା ବିମୁଦ୍ରୀକରଣ ସହ ସମାନ। ଆଉ ଏହାଦ୍ୱାରା ଗରିବ ଲୋକେ ବେଶୀ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ପ୍ରଶାନ୍ତ ଏହାକୁ ବିରୋଧ କରି ଆସୁଥିବା ବେଳେ ରବିବାର ସେ ଟୁଇଟ୍ କରି ଏହା ସ୍ପଷ୍ଟ କରିଛନ୍ତି। ଗତ ଶନିବାର ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ। ଆଲୋଚନା ହେଉଥିଲା କି ଦୀର୍ଘ ଦେଢ ଘଣ୍ଟାର ଆଲୋଚନା ପରେ ହୁଏତ ପ୍ରଶାନ୍ତ ନିଜ ଦାୟିତ୍ୱରୁ ଇସ୍ତଫା ଦେଇପାରନ୍ତି। ହେଲେ ସେ ନୀତୀଶଙ୍କ ସହ ଏନ୍ଆର୍ସି ଓ ସିଏଏ ବା ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ କଥା ହୋଇଥିଲେ।