Categories: ଜାତୀୟ

ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୪।୯: ଏନ୍‌ଆର୍‌ସି ବିରୋଧରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ଖୁବ୍‌ ଶୀଘ୍ର ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଅଣାଯିବାର ଯୋଜନା ରହିଛି। ଏହା ପୂର୍ବରୁ ମମତା ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଭାଜପା ପକ୍ଷରୁ ମମତାଙ୍କ କାର୍ଯ୍ୟକୁ ବିରୋଧ କରାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୨ରେ ଏନ୍‌ଆର୍‌ସି ବିରୋଧରେ ରାଜ୍ୟରେ ପ୍ରଦର୍ଶନ କରାଯିବା ଲାଗି ମମତା ଘୋଷଣା କରିଥିଲେ।

Share