Categories: ଜାତୀୟ

ଏନ୍‌ଆର୍‌ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବାଂଲାଦେଶ ସୀମା ସୁରକ୍ଷା ବାହିନୀ (ବିଜିବି) ମହାନିର୍ଦ୍ଦେଶକ ମେଜର ଜେନେରାଲ ଶଫିନୁଲ ଇସ୍‌ଲାମ କହିଛନ୍ତି। ଦୁଇ ଦେଶର ସୀମା ସୁରକ୍ଷା ବାହିନୀ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି। ବେଆଇନ ଅନୁପ୍ରବେଶ ରୋକିବା ଦିଗରେ ବିଜିବି ଏହାର କାର୍ଯ୍ୟ ଜାରି ରଖିଥିବା ଏହାର ଡିଜି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଆସାମକୁ ଲାଗି ଦୁଇ ଦେଶ ମଧ୍ୟରେ ରହିଥିବା ନଦୀନାଳ ଅଞ୍ଚଳରେ ଆସନ୍ତାବର୍ଷ ଜୁଲାଇ ସୁଦ୍ଧା ସ୍ମାର୍ଟ ବାଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମୁଖ୍ୟ ଭି.କେ. ଜୋହରି କହିଛନ୍ତି। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ୬ ମାସ ବିଳମ୍ବ ହୋଇଛି। ଡିସେମ୍ବରରେ କାର୍ଯ୍ୟ ଶେଷ କରିବାକୁ ପୂର୍ବରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ବୋଲି ମିଳିତ ଖବରଦାତା ସମ୍ମିଳନୀରେ ଜୋହରି କହିଛନ୍ତି। ଜେନେରାଲ ଶଫିନୁଲଙ୍କ ନେତୃତ୍ୱରେ ବିଜବିର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଗସ୍ତରେ ଆସିଥିବାବେଳେ ଭାରତୀୟ ପ୍ରତିପକ୍ଷଙ୍କ ସହ ସୀମା ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Share