Categories: ଜାତୀୟ

ଏନ୍‌ଆର୍‌ସି ସଂଯୋଜକଙ୍କ ନାଁରେ ମାମଲା

ଗୁଆହାଟୀ,୬-୯(ପି.ଟି.):ଆସାମରେ ଏନ୍‌ଆର୍‌ସି(ଜାତୀୟ ନାଗରିକ ପଞ୍ଜିକା) କାର୍ଯ୍ୟରେ ନିୟୋଜିତ ସଂଯୋଜକ ପ୍ରତୀକ ହାଜେଲାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତିରେ ସେ ଜାଲିଆତି କରିଥିବା ନେଇ ଅଭିଯୋଗ ହେବା ପରେ ‘ଅଲ୍‌ ଅସମ ଗୋରିୟା-ମୋରିୟା ଯୁବ ସଙ୍ଗଠନ’ ପକ୍ଷରୁ ଦିବ୍ରୁଗଡ଼ ଓ ଗୁଆହାଟୀ ପୋଲିସ ନିକଟରେ ମାମଲା ରୁଜୁ କରାଯାଇଛି। ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକାରେ ନାମ ନ ଥିବା ଚନ୍ଦନ ମଜୁମ୍‌ଦାର ଦିବ୍ରୁଗଡ଼ ପୋଲିସ ଷ୍ଟେଶନରେ ହାଜେଲାଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, ସବୁ କାଗଜପତ୍ର ଦାଖଲ କରିଥିଲେ ହେଁ ଚୂଡ଼ାନ୍ତ ତାଲିକାରେ ତାଙ୍କର ନାମ ନାହିଁି। ବ୍ୟାପକ ଭେଦଭାବ କରାଯାଇ ଅନିୟମିତତା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ଅଭିଯୋଗ ଗୁଆହାଟୀର ଲତସିଲ ପୋଲିସଷ୍ଟେଶନରେ କରାଯାଇଛି। ଚୂଡ଼ାନ୍ତ ଏନ୍‌ଆର୍‌ସି ତାଲିକାରେ ବହୁ ସ୍ଥାନୀୟ ବାସିନ୍ଦାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାଦ୍‌ ଦିଆଯାଇଥିବା ଦର୍ଶାଯାଇଛି।

Share