Categories: ଜାତୀୟ

ଏନ୍‌ଆର୍‌ସି ସମୟସୀମା ଅଗଷ୍ଟ ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ,୨୪ା୭(ପି.ଟି.): ଆସାମରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)ର ଚୂଡ଼ାନ୍ତ ସମୟ ସୀମା ସୁପ୍ରିମକୋର୍ଟ ମଙ୍ଗଳବାର ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ୨୦% ସାମ୍ପଲର ପୁନଃ ଯାଞ୍ଚ ଲାଗି ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଏନ୍‌ଆର୍‌ସିରେ ଭୁଲକ୍ରମେ କେତେକଙ୍କୁ ସାମିଲ କରାଯିବା ଓ ବାଦ୍‌ ଦିଆଯିବା ନେଇ ଶଙ୍କା ପ୍ରକାଶ ପାଇବା ପରେ ଆସାମ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଆବେଦନ କରାଯାଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଆର୍‌. ଏଫ୍‌. ନରିମନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସାମ ଏନଆର୍‌ସି ସଂଯୋଜକ ପ୍ରତୀକ ହାଜେଲାଙ୍କରିପୋର୍ଟକୁ ଆଧାର କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Share