ଏନ୍‌ଆର୍‌ୟୁ ଲାଗୁ କରିବାକୁ ଯୁବ କଂଗ୍ରେସର ଦାବି

ଫୁଲବାଣୀ ଅଫିସ, ୨୯ା୧-ଦେଶରେ ବେକାରି ସମସ୍ୟା ଉତ୍କଟ ହୋଇଛି ା ଜାତି ସଂଘର ରିପୋର୍ଟ ଅନୁଯାୟୀ ପ୍ରତି ୫ ଯୁବତୀ ଯୁବତୀଙ୍କ ମଧ୍ୟରେ ୨ ଜଣ ବେକାର ଅଛନ୍ତି। ଦେଶର ୨୦ରୁ ୩୪ ବର୍ଷର ଯୁବତୀ ଯୁବକ ଶିକ୍ଷା ଓ ରୋଜଗାରଠାରୁ ବହୁ ଦୂରରେ ଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡିଛି ା ବେକାରି ସମସ୍ୟା ଯୋଗୁ ଯୁବତୀ ଯୁବକ ଆତ୍ମହତ୍ୟା କରୁଛନ୍ତି। ଏଭଳି ସମୟରେ ଦେଶରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ପାଇଁ ପଦକ୍ଷେପ ନିଆଯାଉଛି ା ଯାହାକୁ ନେଇ ବିବାଦ ଲାଗିରହିଛି ା କେନ୍ଦ୍ର ସରକାର ଏନ୍‌ଆରସି ବଦଳରେ ରାଷ୍ଟ୍ରୀୟ ବେକାର ପଞ୍ଜୀକରଣ (ଏନ୍‌ଆର୍‌ୟୁ) ଲାଗୁ କରିବାକୁ କନ୍ଧମାଳ ଜିଲା ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଫୁଲବାଣୀ କ୍ଲବରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି। ଯୁବ କଂଗ୍ରେସ ଜିଲା ସଭାପତି ନନ୍ଦ କିଶୋର ଦାସ ଏଥିରେ ଯୋଗଦେଇ କେନ୍ଦ୍ରର ଭାଜପା ଓ ରାଜ୍ୟର ବିଜେଡି ସରକାର ବେକାରିଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବା କହିଛନ୍ତି। ଖବରଦାତା ସମ୍ମିଳନୀରେ ସମୀର କୁମାର କର, ଆଶିଷ କୁମାର ବେହେରା, ଗୌର ଚରଣ ବେହେରା, ଶିବ ଶଙ୍କର ବେହେରା, ବଳଦେବ ବେହେରା, ବସନ୍ତ କୁମାର ବେହେରା ପ୍ରମୁଖ
ଯୁବନେତା ଉପସ୍ଥିତ ଥିଲେ ା

Share