Categories: ବାଣିଜ୍ୟ

ଏନ୍‌ଇଏଫ୍‌ଟି ନେଣଦେଣ ଉପରେ ଚାର୍ଜ ଲାଗିବନି

ମୁମ୍ବାଇ,୯-୧୧: ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ନେଣଦେଣରେ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ଗ୍ରାହକଙ୍କୁ କୌଣସି ଚାର୍ଜ ଲାଗିବନି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଏକ ପ୍ରସ୍ତାବ ରଖାଯାଇଛି। ବିମୁଦ୍ରୀକରଣର ତୃତୀୟ ବାର୍ଷୀକି ଅବସରରେ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏଭଳି ଏକ ଯୋଜନା ହାତକୁ ନେଉଛି। ଏ ନେଇ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କଗୁଡିକୁ କହିଛି। ଏହାବାଦ ଫୁଏଲ ଷ୍ଟେଶନ ଏବଂ ପାର୍କିଂ ଦେୟ ପ୍ରଦାନ ଲାଗି ଫାଷ୍ଟାଗ୍‌ ବ୍ୟବହାର ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଗୁରୁତ୍ୱାରୋପ କରିଛି। ଲୋକଙ୍କୁ ଶସକ୍ତ କରିବା ପଦକ୍ଷେପ ମୁତାବକ ଏକ ଅତୁଳନୀୟ ପେମେଣ୍ଟ ଅଭିଜ୍ଞତା ବିକଳ୍ପ ପ୍ରଦାନ ଲାଗି ବ୍ୟାଙ୍କଗୁଡିକୁ ପ୍ରସ୍ତାବ ଦିଆଯାଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ନିର୍ଦ୍ଦିଷ୍ଟ ବ୍ୟାଙ୍କଗୁଡିକ ସଞ୍ଚୟ ଖାତା ଆକାଉଣ୍ଟଧାରୀଙ୍କଠାରୁ ଏନ୍‌ଇଏଫ୍‌ଟି ନେଣଦେଣ ଉପରେ କୌଣସି ଚାର୍ଜ ନ ନେବାକୁ କୁହାଯାଇଛି। ଜାନୁୟାରୀ ପହିଲାରୁ ଆସେପଟାନ୍ସ ଡେଭଲପମେଣ୍ଟ ଫଣ୍ଡ କାର୍ଯ୍ୟକ୍ଷମ କରାଇବାକୁ ଯୋଜନା ରହିଛି।

Share