Categories: ଜାତୀୟ

ଏନ୍‌ଏଚ୍‌ଆର୍‌ସିର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୭ା୧୨(ପି.ଟି.): ହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସ ଗୁଳିକରି ମାରିଦେବା ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ନିଜଆଡୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌କାଉଣ୍ଟର ଚିନ୍ତାର ବିଷୟ ଏବଂ ଏହାର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ ବୋଲି ଏନ୍‌ଏଚ୍‌ଆର୍‌ସି କହିଛି। ତୁରନ୍ତ ଘଟଣାସ୍ଥଳକୁ ଟିମ୍‌ ପଠାଇବାକୁ କମିଶନ ଏହାର ମହାନିର୍ଦ୍ଦେଶକ (ତଦନ୍ତ)ଙ୍କୁ ନିର୍ଦ୍ଦେଶ ଦେବା ପରେ ବରିଷ୍ଠ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଖୁବ୍‌ଶୀଘ୍ର ସେଠାକୁ ଯିବ ବୋଲି ଜଣାପଡିଛି। ଘଟଣାରୁ ଜଣାପଡୁଛି, ଅଭିଯୁକ୍ତ ଘଟଣାସ୍ଥଳରେ କିଛି ଅଘଟଣ ଘଟାଇଲେ ତା’ର ପ୍ରତିକାର ଲାଗି ପୋଲିସ କର୍ମଚାରୀ ଠିକ୍‌ ଭାବେ ସତର୍କ ନ ଥିଲେ। ଗିରଫ ବ୍ୟକ୍ତି ଯଦି ପ୍ରକୃତରେ ଦୋଷୀ, ତେବେ ଆଇନ ଅନୁଯାୟୀ ସେମାନଙ୍କୁ ଦଣ୍ଡ ମିଳିବାର ଥିଲା ବୋଲି ଏନ୍‌ଏଚ୍‌ଆର୍‌ସି କହିଛି।

Share