Advertisement

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଚାନ୍ଦବାଲି, ୫।୯ (ଡି.ଏନ.ଏ.) – ଚାନ୍ଦବାଲି ଏନ୍‌ଏସିରେ କେତେକ ଅନିୟମିତତା ନେଇ ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ଗୁରୁବାର ନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ, ଷ୍ଟ୍ରିଟଲାଇଟ, ନାଳ ନର୍ଦ୍ଦମା ସଫେଇ, ରାସ୍ତା ନିର୍ମାଣରେ ଅନିୟମିତତା ଓ ସୈରାତ୍‌ ନିଲାମ୍‌ ପ୍ରସଙ୍ଗରେ ସେମାନେ ଆଲୋଚନା କରିଥିଲେ। ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ଅଭିଯୋଗ ଶୁଣିବା ପରେ ସତ୍ୟତା ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଚାନ୍ଦବାଲି କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭ୍ୟ ନୁରୁ ମହମ୍ମଦ ଇସ୍‌ମାଇଲ୍‌ ନେତୃତ୍ୱ ନେଇଥିଲେ। ଚାନ୍ଦବାଲି ନଗର କଂଗ୍ରେସ କମିଟିର ସଭାପତି ବୃନ୍ଦାବନ ମହାଳିକ, କାର୍ଯ୍ୟକାରୀ ସଭାପତି ମହମ୍ମଦ ମଞ୍ଜର, ଉପସଭାପତି ବଦ୍ରିନାଥ ନାୟକ ଓ ସୁରେନ୍ଦ୍ରନାଥ ମହାନ୍ତି, ସାଧାରଣ ସମ୍ପାଦକ ମହମ୍ମଦ ୟାକୁବ୍‌, ସହସମ୍ପାଦକ ସୁଦର୍ଶନ ରାଉତ, କୋଷାଧ୍ୟକ୍ଷ ମନୋରଞ୍ଜନ ସାହୁ, ପରାମର୍ଶଦାତା କମିଟି ସଭ୍ୟ ପ୍ରଶାନ୍ତ ମିଶ୍ର, କଂଗ୍ରେସର ମହିଳା କମିଟି ସମ୍ପାଦିକା ସୁଲୋଚନା ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ତବ୍‌ରେଜ୍‌ ଅଲ୍ଲୀସାହା, ଚାନ୍ଦବାଲି ବିଧାନସଭା ସୋସିଆଲ୍‌ ମିଡିଆ କଂଗ୍ରେସ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକଙ୍କ ସମେତ ପ୍ରାୟ ୨୦ରୁ ଅଧିକ କମିଟି ସଭ୍ୟ ଆଲୋଚନା ବେଳେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share