ବେଜିଂ,୨୨ା୬(ପି.ଟି.) : ଆଣବିକ ସାମଗ୍ରୀ ଯୋଗାଣକାରୀ ଗୋଷ୍ଠୀ(ଏନ୍ଏସ୍ଜି)ରେ ଭାରତକୁ ସାମିଲ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଚାଇନା କହିବା ସହ ଭାରତର ପ୍ରବେଶକୁ ବିରୋଧ କରିଛି। ଏକ ନିର୍ଦ୍ଦିଷ୍ଟ ଯୋଜନାରେ ପହଞ୍ଚିବା ପୂର୍ବରୁ ଭାରତ ସମ୍ପର୍କରେ ଆଲୋଚନା ନ କରିବା ଲାଗି ଚାଇନା ପରାମର୍ଶ ଦେଇଛି। ଅଣୁଅସ୍ତ୍ର ଅପ୍ରସାର ଚୁକ୍ତି କରି ନଥିବା ଦେଶ ଏଲିଟ୍ ଗ୍ରୁପ୍ରେ ସାମିଲ ହୋଇପାରେବେ ନାହିଁ ବୋଲି ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଲୁ କାଙ୍ଗ କହିଛନ୍ତି। ପ୍ରକାଶଥାଉ କି, ୨୦୧୬ ମେ’ରୁ ଭାରତ ଏନ୍ଏସ୍ଜି ସଦସ୍ୟ ହେବା ଲାଗି ଆବେଦନ କରିିଛି। ତେବେ ଅଣୁଅସ୍ତ୍ର ଅପ୍ରସାର ଚୁକ୍ତି କରିଥିବା ଦେଶ ହିଁ ଏଥିରେ ସାମିଲ ହୋଇପାରିବେ ବୋଲି ଚାଇନା କହିଆସୁଛି।
ହେଉଛି ୪୮ ସଦସ୍ୟ ରାଷ୍ଟ୍ରକୁ ନେଇ ଗଠିତ ଏକ ଗୋଷ୍ଠୀ, ଯିଏ କି, ବିଶ୍ୱର ଅଣୁ ବାଣିଜ୍ୟ ସମ୍ପର୍କକୁ ନିୟନ୍ତ୍ରଣ କରିଥାଏ। ଭାରତ ଓ ପାକିସ୍ତାନ ଏନ୍ଏସ୍ଜି ସଦସ୍ୟତା ଲାଗି ଆବେଦନ କରିଥିବାବେଳେ ଏହି ମାନ୍ୟତା ମିଳିପାରି ନାହିଁ। ସେପଟେ ନୂଆଦିଲ୍ଲୀକୁ ବିରୋଧ କରିବାର ନାହିଁ, ବରଂ ଏନ୍ଏସ୍ଜିରେ ସାମିଲ ହେବା ଲାଗି ଆଇନଗତ ପଦକ୍ଷେପ ଭାରତ ଗ୍ରହଣ କରିବା ଉଚିତ ବୋଲି କାଙ୍ଗ କହିଛନ୍ତି। କେଉଁଦେଶ ଏନ୍ଏସ୍ଜିରେ ସାମିଲ ହେବ ତାହା ଆମ କାମ ନୁହେଁ, ବରଂ ଆଇନ ପରିସର କଥା ବୋଲି ସେ ପ୍ରକାଶ କରିଛନ୍ତି।