Categories: ଜାତୀୟ

ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୫।୫: ଏନ୍‌କାଉଣ୍ଟରରେ ସୋମବାର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର କୁଲଗ୍ରାମ ଜିଲାର ମଞ୍ଜନାମ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଏବଂ ପୋଲିସ ପକ୍ଷରୁ ସେଠାରେ ମିଳିତ ଚଢାଉ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ୨ଜଣ ଆତଙ୍କବାଦୀ ଟଳି ପଡିଥିବା ସୂଚନା ମିଳିଛି।

Share