Categories: ଜାତୀୟ

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ: ହିଜ୍‌ବୁଲ କମାଣ୍ଡର ଗିରଫ

ଶ୍ରୀନଗର, ୨୨ା୨(ପି.ଟି.): ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ଦ୍ୱୟ ହେଲେ କୁଲଗାମ୍‌ ନିବାସୀ ନଭିଦ୍‌ ଅହମଦ ଓରଫ ଫୁର୍‌କାନ ଓ ଆକିବ୍‌ ୟାସିନ୍‌ ଭଟ୍ଟ। ଖବରଦାତା ସମ୍ମିଳନୀରେ ଏନେଇ ଜମ୍ମୁ-କଶତମୀର ଡିଜିପି ଦିଲ୍‌ବାଗ ସିଂ ସୂଚନା ଦେଇଛନ୍ତି। ବିଜ୍‌ବେହେରା ଅଞ୍ଚଳର ସଙ୍ଗମଠାରେ ଶୁକ୍ରବାର ରାତିରେ ଏହି ଗୁଳିମାଡ଼ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ୨୦୧୮ରେ ନଭିଦ୍‌ ଲଶ୍କରରେ ଯୋଗଦେବା ସହ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟରେ ସମ୍ପକ୍ତ ଥିଲା। ଏନ୍‌କାଉଣ୍ଟର ସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅନ୍ୟ ଏକ ଘଟଣାରେ ବାରମୁଲାରୁ ହିଜ୍‌ବୁଲ କମାଣ୍ଡର ଜୁନୈଦ ଫାରୁକ୍‌ ପଣ୍ଡିତଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ଗୋଟିଏ ପିସ୍ତଲ ସହ ୩୦ ରାଉଣ୍ଡ ଗୁଳି ଜବତ କରାଯାଇଥିବା ଡିଜିପି କହିଛନ୍ତି।

Share