Categories: ଜାତୀୟ

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୩ା୧୦(ପି.ଟି.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲା ତ୍ରାଲ ଅଞ୍ଚଳରେ ମଙ୍ଗଳବାର ରାତିରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି। ସେନା, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଏବଂ ପୋଲିସର ମିଳିତ ଅପରେଶନ ବେଳେ ୩ ଜୈଶ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଆତଙ୍କବାଦୀ ପାକିସ୍ତାନୀ ବୋଲି ଜଣାପଡ଼ିଛି। ଏନ୍‌କାଉଣ୍ଟର ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
କଶ୍ମୀରର ତ୍ରାଲସ୍ଥିତ ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବଳ ପକ୍ଷରୁ ମିଳିତ ଭାବେ ତଲାସି ଅଭିଯାନ ଚାଲିଥିଲା। ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେବା ପରେ ଅଗଷ୍ଟରେ ଏହି ଆତଙ୍କବାଦୀମାନେ ତ୍ରାଲରେ ଗୁଜ୍ଜର ସମ୍ପ୍ରଦାୟର ଦୁଇଭାଇଙ୍କୁ ହତ୍ୟା କରିଥିଲେ।

Share