ଏନ୍‌କାଣ୍ଟରରେ ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୯ା୨(ଡି.ଏନ.ଏ.): ଛତିଶଗଡ଼ର ସୁକୁମା ପୋଲିସକୁ ବଡ଼ ସଫଳତା ମିଳିଛି। ବୁଧବାର ଛତିଶଗଡର ସୁକୁମା ଜିଲା ନିକଟସ୍ଥ ତାଣ୍ଡାମାର୍କା ଜଙ୍ଗଲରେ ବୁଧବାର ପୋଲିସ କୋମ୍ବିଂ ଅପରେଶନ ବେଳେ ଏନ୍‌କାଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ ପରିଚୟ ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ କୋମ୍ବିଂ ଅପରେଶନ୍‌କୁ ଜୋରଦାର କରାଯାଇଛି।