ଏନ୍‌ଟିଏସ୍‌ଇ ସ୍କଲାରଶିପ୍‌ ପରୀକ୍ଷା:ସାନଭି ସନ୍ଦିପିକା କୃତକାର୍ଯ୍ୟ

ତାଳଚେର, ୭|୯(ନି.ପ୍ର.)ଏନ୍‌ଟିପିସି ଦ୍ୱାରା ପରିଚାଳିତ କଣିହାଁ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ମେଧାବୀ ଛାତ୍ରୀ ସାନଭି ସନ୍ଦିପିକା ପ୍ରଧାନ ସର୍ବଭାରତୀୟ ସ୍କଲାରଶିପ୍‌ ପରୀକ୍ଷା ଏନଟିଏସ୍‌ଇରେ କୃତକାର୍ଯ୍ୟ ହୋଇଛନ୍ତି। ଏନ୍‌ସିଇଆରଟି, ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ମେଧାବୃତ୍ତି ପରୀକ୍ଷାରେ ସଫଳତା ପାଇଥିବା ସାନଭି ଏନ୍‌ଟିପିସି କଣିହଁା ପ୍ରକଳ୍ପରେ କାର୍ଯ୍ୟରତ ମନୋଜ କୁମାର ପ୍ରଧାନ ଓ ମଧୁଛନ୍ଦା ପ୍ରଧାନଙ୍କ କନ୍ୟା। ସାନଭି ୨୦୧୫ରେ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ଅନ୍ତର୍ଜାତୀୟ ଅଲିମ୍ପିଆଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ୨୦୧୮ରେ ଟ୍ୟାଲେଣ୍ଟ ଟେକ୍ସଟ୍‌, ଆଲେନକୋଟାରୁ ୧ମ ର଼୍ୟାଙ୍କ ପାଇ କୃତକାର୍ଯ୍ୟ ହୋଇଥିଲେ। ଚଳିତ ବର୍ଷ ୧୦ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷାରେ ୯୮% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ।