ଏନ୍‌ଟିପିସି ଆଇସୋଲେଶନ ଓ୍ବାର୍ଡ ପ୍ରସ୍ତୁତ

ତାଳଚେର,୧୧ା୪(ନି.ପ୍ର.): କରୋନା ଭାଇରସ ସଂକ୍ରମଣ ରୋକିବାକୁ ଏନ୍‌ଟିପିସି କଣିହଁ। ବିଦ୍ୟୁତ୍‌ ପ୍ର୍ରକଳ୍ପ ପକ୍ଷରୁ ତ୍ୱରିତ ପଦକ୍ଷେପମାନ ଗ୍ରହଣ କରାଯାଉଛି। ସ୍ଥାନୀୟ ଟାଉନଶିପ୍‌ ଓ ଆଖପାଖ ଅଞ୍ଚଳକୁ ସାଇନିଟାଇଜ କରାଯିବା, ମେଡିକାଲ ଉପକରଣ କିଣିବା ଓ ସ୍ବତନ୍ତ୍ର ଆଇସୋଲେଶନ ୱାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ମାସ୍କ ବଣ୍ଟନ ସହ ସ୍ଥାନୀୟ ଅଞ୍ଚଳର ଗରିବ ଲୋକମାନଙ୍କ ନିମନ୍ତେ ସିଏଚ୍‌ସି କଣିହଁା ଏବଂ ବ୍ଲକ ଅଫିସକୁ ମାସ୍କ ଯୋଗାଇ ଦିଆଯାଇଛି। ସ୍ଥାନୀୟ ଗଦାଶିଳା, ରଙ୍ଗବେଡ଼ା, ହରିହରପୁର ଆଦି ବିଭିନ୍ନ ଗ୍ରାମରେ କଟନ୍‌ ମାସ୍କ ବଣ୍ଟନ କରାଯାଉଛି। ଅଦ୍ୟାବଧି ଜିଲା ପ୍ରଶାସନ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ୧୦ ହଜାର ମାସ୍କ ପ୍ରଦାନ କରାଯାଇଛି। ବିଭିନ୍ନ ଶ୍ରମିକ ଏବଂ ଗରିବ ପରିବାରଙ୍କୁ କର୍ମଚାରୀଙ୍କ ତରଫରୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଛି। ସ୍ଥାନୀୟ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ପୋଷ୍ଟରମାନ ଲଗାଯାଇଛି ବୋଲି ଏନଟିପିସି ପକ୍ଷରୁ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।

Share