Categories: ଜାତୀୟ

ଏନ୍‌ଡ଼ିଏ ସରକାର ‘ଜୋକର ଅଫ୍‌ ଦି ଇୟର’: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ,୨୮।୧୨: ଭାଜପା-କଂଗ୍ରେସ ପରସ୍ପର ବିରୋଧରେ ଲଗାତାର ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏହି ମର୍ମରେ ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏ ସରକାରଙ୍କୁ କଂଗ୍ରେସ ପକ୍ଷରୁ ଅଧୀର ରଞ୍ଜନ ଚୌଧୁରୀ କଡ଼ା ସମାଲୋଚନା କରିଛନ୍ତି। ସେ ଏନ୍‌ଡ଼ିଏ ସରକାରଙ୍କୁ ‘ଜୋକର ଅଫ୍‌ ଦି ଇୟର’କହିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଭାଜପା ପକ୍ଷରୁ ପ୍ରକାଶ ଜାଭେଡ୍‌କର ରାହୁଲ ଗାନ୍ଧୀଙ୍କୁ ‘ଲାୟର ଅଫ୍‌ ଦି ଇୟର’ ବୋଲି କହିଥିଲେ। ଏହାର ଜବାବରେ ଅଧୀର ରଞ୍ଜନ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏବେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି।

Share